ଗଣମାଧ୍ୟମ ପରାମର୍ଶଦାତା ପଦରୁ ମାନସ ମଙ୍ଗରାଜଙ୍କ ଇସ୍ତଫା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ମାନସ ରଞ୍ଜନ ମଙ୍ଗରାଜ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସେ ଏହି ପଦରୁ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ତାଙ୍କୁ ଦାୟିତ୍ୱମୁକ୍ତ କରାଯାଇଛି।

Share