ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ମାନସ, ସୁଲତା

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ମାନସ ମଙ୍ଗରାଜ ଓ ସୁଲତା ଦେଓ। ନବ ନିର୍ବାଚିତ ଏମ୍‌ପି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ନିଜ ନିଜ ପରିବାର ସହିତ ୨ ଏମ୍‌ପି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।

ପରବର୍ତ୍ତୀ ସମୟରେ ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେବେ ସସ୍ମିତ ପାତ୍ର। ମାନସ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ପରେ ବିଜେଡି ପକ୍ଷରୁ ରାଜ୍ୟ ସଭା ଏମ୍‌ପି ଭାବେ ମନୋନୀତ ହୋଇଥିଲେ। ବିରୋଧୀ କୌଣସି ପ୍ରାର୍ଥୀ ଦେଇ ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

Share