ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣରେ ଯିବେ ମାନସ

ନୂଆଗାଁ, ୧୫।୧୨ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନସ ମୋହନ ମିଶ୍ର ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣରେ ଯିବା ପାଇଁ ମନୋନୀତ ହୋଇଛନ୍ତି। ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଳାନେଟୋରିୟମଙ୍କ ମିଳିତ ଉଦ୍ୟମରେ ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୦ ଜଣ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯାଇଛି। ଉକ୍ତ ୨୦ ଜଣ ଯୁବ ପ୍ରତିଭାଙ୍କ ମଧ୍ୟରେ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମାନସ ମୋହନ ମିଶ୍ରଙ୍କ ନାମ ରହିଛି। ସେ ୨୦୨୩ ମେ ମାସରେ ବାଙ୍ଗାଲୋରସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣରେ ଯିବେ। ଯୁବ ପ୍ରତିଭା ମାନସଙ୍କୁ ବୁଧବାର ଜନଶକ୍ତି ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତା ଓ ବିଜ୍ଞାନ ଶିକ୍ଷକଙ୍କ ଗହଣରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ସମ୍ମାନୀତ କରିଛନ୍ତି।

Share