ଆବଶ୍ୟକ ସାମଗ୍ରୀ:-
ଅରୁଆ ଚାଉଳ- ୨ କପ୍, ନଡ଼ିଆ- ୧ଟି, ଗୁଜୁରାତି ଗୁଣ୍ଡ- ୧ ଛୋଟ ଚାମଚ, ଗୋଲମରିଚ ଗୁଣ୍ଡ- ୧ ଛୋଟ ଚାମଚ, ଅଦା- ଖଣ୍ଡେ, ଚିନି- ୧୦୦ ଗ୍ରାମ୍, ଦହି ଛେନା- ଅଧା କପ୍, ଲୁଣ ଆବଶ୍ୟକ ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। ୪-୫ ଘଣ୍ଟା ପରେ ଏହାକୁ ଛାଣି ଅଳ୍ପ ଶୁଖାଇ ଦିଅନ୍ତୁ। ଅଳ୍ପ ଶୁଖି ଆସିଲେ ସେହି ଚାଉଳକୁ ଗ୍ରାଇଣ୍ଡିଂ କରି ଚୂନା କରି ରଖନ୍ତୁ। ନଡ଼ିଆ କୋରି ଦିଅନ୍ତୁ। ଗ୍ୟାସରେ କଡେଇ ବସାଇ ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଦା, ଚିନି ଏବଂ ଛେନା ପକାଇ ଭାଜନ୍ତୁ। ଅନ୍ୟ ଏକ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ପାଣି ଫୁଟିଯିବା ପରେ ସେଥିରେ ଚାଉଳ ଚୂନାକୁ ଅଳ୍ପ ଅଳ୍ପ କରି ପକାଇ ଗୋଳାନ୍ତୁ। ଚୂନା ଭଲଭାବେ ଜନ୍ତି ହୋଇଗଲେ କଡ଼େଇକୁ ଓହ୍ଲାଇ ଦିଅନ୍ତୁ। ଜନ୍ତା ଥଣ୍ଡା ହେବା ପରେ ସେଥିରେ ପୁର ଦେଇ ଗୋଲ ଗୋଲ ଗୁଳା କରନ୍ତୁ। ଏହାପରେ କଡ଼େଇରେ ପାଣି ଗରମ କରନ୍ତୁ। ପାଣି ଟିକେ ଗରମ ହୋଇଗଲେ ଗୁଳାକୁ ସେଥିରେ ପକାନ୍ତୁ। କିଛି ସମୟ ପରେ ସେଗୁଡ଼ିକୁ ସେଥିରୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଛେନା ପୁରଦିଆ ମଣ୍ଡା ପିଠା।