Advertisement

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର: ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କୁ କଲେ ବିଦା

ଭୁବନେଶ୍ୱର,୬।୩: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ହେଲେ ଦାୟିତ୍ୱମୁକ୍ତ। ଗୁରୁବାର ମନ୍ଦାକିନୀ କରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି। ଏଥିସହିତ ଆୟୋଗର ୫ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତି। ନଭେମ୍ବରରେ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ କାରଣ ଦର୍ଶାଅ ହୋଇଥିଲା। ଏହା ବିରୋଧରେ ଅଧ୍ୟକ୍ଷା ଓ ସଦସ୍ୟ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ଆବେଦନ ଖାରଜ କରିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel