Advertisement
Categories: ବାଣିଜ୍ୟ

ଶୀଘ୍ର ଆସିବ ବାଧ୍ୟତାମୂଳକ ଇ-ଇନ୍‌ଭଏସିଂ

ମାଙ୍ଗାଲୋର,୨୪।୭: ଇ-ଇନଭଏସିଂ ସ୍କିମାକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ ପରିମାଣର କାରବାର କରୁଥିବା ବାଣିଜ୍ୟଗୁଡିକ ଲାଗି ଅକ୍ଟୋବର ପହିଲାରୁ ଏହାକୁ ଲାଗୁ କରାଇବାକୁ ଯୋଜନା ରଖାଯାଇଥିବା ଜିଏସ୍‌ଟିର ପ୍ରିନ୍ସିପାଲ କମିଶନର ଯୋଗେନ୍ଦ୍ର ଗର୍ଗ ସୂଚନା ଦେଇଛନ୍ତି। ଇ-ଇନଭଏସିଂ ଇଲେକଟ୍ରୋନିକ୍ସ ଉପାୟରେ ପ୍ରମାଣନ ହୋଇଥିବା ଏକ ଇନଭଏସ। ଏ ସମ୍ପର୍କରେ ଶୀଘ୍ର ଏକ ସର୍କୁଲାର ମଧ୍ୟ ଜାରି କରାଯିବ। ନୂଆ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବା ଲାଗି ସିବିଆଇସି ପକ୍ଷରୁ ଜିଏସ୍‌ଟି ରିଟର୍ନ ଫାଇଲିଂ ସିଷ୍ଟମକୁ ପରିବର୍ତ୍ତନ କରିବ। ଏହା କାର୍ଯ୍ୟକାରୀ ହେଲେ କମ୍ପାନୀଗୁଡିକର ଅନୁପାଳନ ଚାପ ମଧ୍ୟ କମିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share