Categories: ଖେଳ

ବାପା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ପିତାଙ୍କୁ ହରାଇବାର ୩ମାସ ପରେ ନିଜେ ପିତା ହୋଇଛନ୍ତି କ୍ରିକେଟର୍‌ ମନଦୀପ ସିଂ। ତାଙ୍କ ସ୍ତ୍ରୀ ଜଗଦୀପ ଜଶଓ୍ବାଲ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। ସୋସିଆଲ ମିଡିଆରେ ନିଜେ ଏକଥା ସୂଚନା ଦେଇଛନ୍ତି। ଏହି ଖଉସି ଖବର ଦେଇ ମନଦୀପ ଲେଖିଛନ୍ତି, ଏବେ ଜୀବନ ବହୁତ ସୁନ୍ଦର ହୋଇଯାଇଛି। ଆମ ଦୁହଁିଙ୍କ ଜୀବନରେ ଆଉ ଏକ ରାଜsକୁମାର ଆସିଛି। ଯାହାର ନାମ ରାଜବୀର ରଖାଯାଇଛି ବୋଲି ସେ ଲେଖିଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପଞ୍ଜାବ ପକ୍ଷରୁ ନେତୃତ୍ୱ ନେଉଥିବା ମନଦୀପ ସୋମବାର ୯୯ ରନର ପାଳି ଖେଳିଥିବାବେଳେ ଏପଟେ ତାଙ୍କୁ ଆଉ ଏକ ଖୁସି ଖବର ମିଳିଛି। ଜଗଦୀପ ଏବଂ ମନଦୀପଙ୍କ ବିବାହ ୨୦୧୬ରେ ହୋଇଥିଲା। ଜଗଦୀପ ମୂଳତଃ ଇଂଲଣ୍ଡରେ ରୁହନ୍ତି। ଆଇପିଏଲ୍‌ ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା।

Share