Categories: ଖେଳ

କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ସ୍ମୃତି ମନ୍ଧାନା

ଦୁବାଇ, ୨୦ା୯: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗରେ ମଧ୍ୟ ସେ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଧିନାୟିକା ହରମନପ୍ରୀତ କୌର ୪ ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚତ୍ଛନ୍ତି। ଅଲରାଉଣ୍ଡର ଦୀପ୍ତି ଶର୍ମା ୬ ସ୍ଥାନ ଜମ୍ପ୍‌ କରି ବୋଲର ତାଲିକାରେ ଦ୍ୱାଦଶ ସ୍ଥାନ ଅଧିକାର କରିଛନ୍ତି। ଅଲରାଉଣ୍ଡ ତାଲିକାରେ ସ୍ନେହ ରାଣା ଓ ପୂଜା ବସ୍ତ୍ରାକାର ମିଳିତ ୪୧ତମ ସ୍ଥାନରେ ଅଛନ୍ତି। ଟି୨୦ ବ୍ୟାଟିଂ ତାଲିକାରେ ଅଷ୍ଟ୍ରେଲିଆର ବେଥ୍‌ ମୁନି ପ୍ରଥମ ସ୍ଥାନରେ ରହିଥିବା ବେଳେ ବୋଲର ତାଲିକାରେ ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍‌ ଏବଂ ଅଲରାଉଣ୍ଡର ତାଲିକାରେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍‌ ଶୀର୍ଷରେ ରହିଛନ୍ତି।

Share