Advertisement
Categories: ବାଣିଜ୍ୟ

ମ୍ୟାଙ୍ଗୋ ମାର୍କେଟରେ ମଣ୍ଡି ବ୍ରାଣ୍ଡିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର,୫।୭: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମଣ୍ଡି ବ୍ରାଣ୍ଡିଂ କାର୍ଯ୍ୟକ୍ରମ ମ୍ୟାଙ୍ଗୋ ମାର୍କେଟରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ କ୍ୟୁଆର୍‌ କୋଡ୍‌ ପ୍ରଦାନ ସହ ନୂତନ ଗ୍ରାହକମାନଙ୍କୁ ବ୍ୟାଙ୍କର ଉପତ୍ାଦଗୁଡିକ ବିଷୟରେ ଅବଗତ କରାଯାଇଥିଲା। ସେହିଭଳି ଏହାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ବ୍ୟାଙ୍କର ବିଭିନ୍ନ ଉପତ୍ାଦଗୁଡିକର ବ୍ୟାନର ଏବଂ ଫ୍ଲେକ୍ସ ପ୍ରସ୍ତୁତ କରାଯିବା ସହିତ ମ୍ୟାଙ୍ଗୋ ମାର୍କେଟକୁ ବ୍ରାଣ୍ଡିଂ କରାଯାଇଥିଲା। ବିଶେଷକରି ମାର୍କେଟର ୮୨ଟି ଶପ୍‌ରେ ବ୍ୟାଙ୍କର ଲୋଗୋ ପ୍ରଦର୍ଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ସତ୍ୟବ୍ରତ ସାମଲ, ଉପକ୍ଷେତ୍ରୀୟ ମୁଖ୍ୟ ଆର୍‌ .ଏନ୍‌.ସ୍ବାଇଁ, ବିଆର୍‌ଏମ୍‌ ସଞ୍ଜୟ ରାୟ ଓ ଅନ୍ୟାମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share