ମଣ୍ଡି ଖୋଲିଲାନି, ରାସ୍ତା ଉପରେ ଧାନ

ବରଗଡ଼ ଅଫିସ୍‌/ ଭେଡ଼େନ, ୭ା୫: ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ମଣ୍ଡି ଗୁଡ଼ିକ ଖୋଲିଥାନ୍ତା ଏବଂ ଧାନ ସଂଗ୍ରହ ଆରମ୍ଭ ହୋଇଥାନ୍ତି। ତେବେ ବୈଠକର ସେହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନାହିଁ। ଜିଲାର ଅତାବିରା ଆରଏମସି ଅଧୀନ କୌଣସି ମଣ୍ଡି ଖୋଲିନାହିଁ। ମଣ୍ଡିଗୁଡ଼ିକରେ ତାଲା ଝୁଲୁଛି। ଅନ୍ୟପଟେ ଏହି ଆର୍‌ଏମ୍‌ସି ଅଧୀନ ଅତାବିରା ଏବଂ ଭେଡ଼େନ ବ୍ଲକରେ ଚାଷୀଙ୍କ ଧାନ ଅମଳ ଆରମ୍ଭ ହୋଇଯାଇଥିବା ବେଳେ ଧାନ କ୍ଷେତ, ଖଳା ଏବଂ ରାସ୍ତା ଉପରେ ଖୋଲା ଆକାଶତଳେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେହିପରି ଚାଷୀଙ୍କୁ ଟୋକନ ମଧ୍ୟ ମିଳିନାହିଁ । ଫଳରେ ସେମାନେ ମଣ୍ଡିକୁ ଧାନ ନେଇ ପାରୁନାହାନ୍ତି। ଅନ୍ୟପକ୍ଷେ ସେମାନଙ୍କୁ ବର୍ଷା ଚିନ୍ତା ଘାରିଛି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ଦାଶରଥି ସୋରେନଙ୍କୁ ପଚାରିବାରୁ ସେ କହିଥିଲେ, ଅତାବିରା ଅଞ୍ଚଳର ଚାଷୀ ପ୍ରତିନିଧିମାନେ ୬ତାରିଖ ବଦଳରେ ୧୦ତାରିଖରୁ ମଣ୍ଡି ଖୋଲିବାକୁ ଦାବି କରିଥିଲେ। ସେମାନଙ୍କ ଦାବି ଅନୁଯାୟୀ ଶନିବାର ମଣ୍ଡି ଖୋଲିନାହିଁ ଏବଂ ଆସନ୍ତା ୧୦ତାରିଖରୁ ଅତାବିରା ଆର୍‌ଏମ୍‌ସି ଅଧୀନ ମଣ୍ଡି ଗୁଡ଼ିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସିଏସ୍‌ଓ ସୋରେନ କହିଛନ୍ତି । ଅନ୍ୟପଟେ ଚାଷୀନେତାଙ୍କ ସେଭଳି ଦାବି ଏବଂ ଭୂମିକାକୁ ନେଇ ଅଞ୍ଚଳର ଅନେକ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
ଅତାବିରା ଆର୍‌ଏମ୍‌ସି ଅଧୀନ ଭେଡ଼େନ ବ୍ଲକ ମହୁଲପାଲି ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ମିଶ୍ର କହିଛନ୍ତି, ଆମେ ପରିଶ୍ରମ କରି ଚାଷବାସ କରୁଛୁ। ଧାନ ଅମଳ କରିଛୁ। ଆମେ କୌଣସି ଚାଷୀନେତାଙ୍କୁ ଚିହ୍ନିନାହୁଁ । ଯଦି କେହି ଚାଷୀନେତା ଭାବେ ୬ତାରିଖ ବଦଳରେ ୧୦ତାରିଖରେ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି, ସେ ଭୁଲ କରିଛନ୍ତି ବୋଲି ମିଶ୍ର ପ୍ରକାଶ କରିଛନ୍ତି। ଏହି ଗ୍ରାମର ଅନ୍ୟ ଜଣେ ଚାଷୀ ଆର୍ତ୍ତତ୍ରାଣ ତ୍ରିପାଠୀ କହିଛନ୍ତି, ଆମେ ଧାନ ଅମଳ କରିସାରିଲୁଣି। ମଣ୍ଡି ଖୋଲିଲେ ବିକ୍ରି ପାଇଁ ଧାନ ସେଠାକୁ ନେବୁ ବୋଲି ଭାବିଥିଲୁ। ମଣ୍ଡି ତ ଖୋଲିଲା ନାହିଁ, ବର୍ଷା ମାଡ଼ି ଆସୁଥିବା ସୂଚନା ମିଳୁଛି। ଆମେ କୌଣସି ଚାଷୀନେତାଙ୍କ କଥାରେ ପଡ଼ିବୁନାହିଁ। ଅମଳ ଧାନ କିଭଳି ସୁରକ୍ଷିତ ଏବଂ ସୁରୁଖୁରୁରେ ଉଠିବ, ପ୍ରଶାସନ ଚିନ୍ତା କରୁ। ସେହିପରି ପପଙ୍ଗାର ଚାଷୀ ସାଗର ମହାକୁର କହିଛନ୍ତି, ମଣ୍ଡି ବିଳମ୍ବରେ ଖୋଲାଯିବା ପ୍ରଶାସନର ଏକ ଚାଲ୍‌ ଅଟେ। ମିଲର୍ସଙ୍କ ଇଙ୍ଗିତରେ ସେଭଳି କରାଯାଉଛି। ମଣ୍ଡି ଖୋଲିବା ବିଳମ୍ବ ହେଲେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହେବ ଏବଂ ମିଲର୍ସମାନେ କଟନୀଛଟନୀ ଆଳ ଦେଖାଇବେ। ଏପର୍ଯ୍ୟନ୍ତ ଚାଷୀଙ୍କୁ ଟୋକନ ସୁଦ୍ଧା ମିଳି ନ ଥିବା ସେ କହିଛନ୍ତି ।
ଏ ସମ୍ପର୍କରେ କୃଷକ ନେତା ରମେଶ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ମେ ୧ରୁ ଜୁନ ୩୦ତାରିଖ ପର୍ଯ୍ୟନ୍ତ ଚାଲିବା କଥା। ସେହି ଅବଧିରେ ସରକାର ଧାନ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ସବୁ ବ୍ୟବସ୍ଥା କରିବା ଦରକାର। କିନ୍ତୁ ସେହି ବ୍ୟବସ୍ଥା କରି ପାରି ନ ଥିବା ଯୋଗୁ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଧାନକିଣା ବିଳମ୍ବ କରୁଛି। ଧାନକିଣା ଯେତେ ବିଳମ୍ବିତ ହେବ ଅଭାବୀ ବିକ୍ରି ସମସ୍ୟା ସେତେ ବଢ଼ି ଚାଲିବ ବୋଲି ମହାପାତ୍ର କହିଛନ୍ତି। ବରଗଡ଼ର ଅନ୍ୟ ଜଣେ ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ମଣ୍ଡି କେବଳ ନିର୍ଦ୍ଦିଷ୍ଟ କେତେଦିନ ଖୋଲିବା ତାହା ଠିକ୍‌ ନୁହେଁ । ସବୁଦିନ ମଣ୍ଡି ଖୋଲା ରହୁ ବୋଲି ଆମେ ସବୁବେଳେ ଦାବି କରିଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି...

Starlink: ଷ୍ଟାରଲିଙ୍କ୍‌ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା

ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି।...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

ବ୍ୟାଙ୍କ୍‌ ଆକାଉଣ୍ଟରେ ଏତେ ଟଙ୍କା ରଖିଲେ ଦେବାକୁ ପଡିପାରେ ଟିକସ? ଜାଣି ନିଅନ୍ତୁ ନ ହେଲେ…

ଆଜିକାଲି, ଅନଲାଇନ ଟଙ୍କା କାରବାର ବୃଦ୍ଧି ପାଉଛି। ଏହାର ଅର୍ଥ ହେଉଛି ଯେ ଅନେକ ଲୋକ ସଞ୍ଚୟ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଏକ ସଞ୍ଚୟ...

୧୪ ବର୍ଷ ପରେ ସ୍ବାମୀଙ୍କୁ ପାଇଲେ ବିଧବା ଭତ୍ତା ପାଉଥିବା ସ୍ତ୍ରୀ: ଗୋଆରେ ମାଛ ଧରିବା…

ବଡ଼ଗାଁ,୧୮ା୪(ଅଶୋକ ଷଡ଼ଙ୍ଗୀ): ଓଡ଼ିଆ କହିବା ଭୁଲି ଗଲେଣି। ଏଠି ସବୁକିଛି ଅଜଣା ଅଚିହ୍ନା ଭଳି ଲାଗୁଛି। ୧୪ ବର୍ଷ ପରେ ଗାଁ ମାଟିରେ ପାଦ ପଡ଼ିଲାପରେ...

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image