ଗଞ୍ଜାମ,୪ା୨(ଡି.ଏନ୍.ଏ.): ଚାଷୀଙ୍କଠାରୁ ନିର୍ଦ୍ଧାରିତ ପରିମାଣରୁ ଅଧିକ ଧାନ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଗୋଟିଏ ଧାନ ବସ୍ତା ପିଛା ୭୭ କେଜି ମଣ୍ଡି ନେବାର ନିୟମ ରହିଛି। କିନ୍ତୁ ପୁଇଁତୋଳା ଗ୍ରାମର କିଛି ଚାଷୀଙ୍କ ଧାନମଣ୍ଡି ଦାୟିତ୍ୱରେ ଥିବା ଏସ୍ଏଚ୍ଜି ଗ୍ରୁପ ଅଧିକ ୧ କେଜି ନେଉଥିବା ଯୋଗୁ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମଣ୍ଡି ଓ ଚାଷୀଙ୍କ ମଧ୍ୟରେ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଞ୍ଜାମ ଥାନା ପୋଲିସ ହସ୍ତକ୍ଷେପ ପରେ ସମସ୍ୟା ସମାଧାନ ହୋଇଥିଲା। ଏନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।