ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ

କୁଜଙ୍ଗ,୫।୧ (ମନୋଜ ପ୍ରଧାନ):ମାସକ ତଳୁ କେତେଜଣ ଚାଷୀ ଖରିଫ ଧାନ ଅମଳ କରିଥିଲେ ମଧ୍ୟ ଜଗତ୍‌ସିଂହପୁର ଜିଲାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡି ଖୋଲିନାହିଁ। ଏନେଇ ଅନେକ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାର ନଭେମ୍ବର ୧ରୁ ଧାନ ମଣ୍ଡି ଖୋଲିବା ପାଇଁ ପୂର୍ବରୁ ଘୋଷଣା କରିଥିଲେ। ଇତିମଧ୍ୟରେ ୨ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ଏହା ଖୋଲି ନ ଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ମଣ୍ଡିରେ ଧାନ ଦେବାପାଇଁ ଯେଉଁ ଚାଷିମାନେ ନାମ ପଞ୍ଜୀକୃତ କରିଥିଲେ, ସେମାନଙ୍କ ପାଖରୁ ଆସନ୍ତା ୬ ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ଟୋକନ ନମ୍ବର ସହ ମୋବାଇଲକୁ ବାର୍ତ୍ତା ଆସିଥିବା କୁହାଯାଇଛି। ଏ ସମ୍ପର୍କରେ ସମବାୟ ସମିତି ସମ୍ପାଦକମାନଙ୍କୁ ପଚାରିବାରେ, ୫ ତାରିଖରୁ ମଣ୍ଡି ଶୁଭାରମ୍ଭ କରାଯିବା ପରେ ପରଦିନରୁ ଧାନ ସଂଗ୍ରହ ହେବ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ଦିନପରେ ଚାଷୀ ମଣ୍ଡିକୁ ଧାନ ଦେବାପାଇଁ ନିର୍ଦ୍ଦେଶ ପାଇଥିଲେବି ଅଦ୍ୟାବଧି ଅଖା ମିଳିନାହିଁ। ମିଲର ଅଖା ଯୋଗାଇ ଦେବାପାଇଁ ସରକାର ଘୋଷଣା କରିଥିଲେ ବି ସେମାନେ ଅଖା ଦେଇନାହାନ୍ତି ବୋଲି ସମବାୟ ସମିତି ସମ୍ପାଦକ କହୁଛନ୍ତି। ଚଳିତ ବର୍ଷ କୁଜଙ୍ଗ ବ୍ଲକରେ ୧୧ ହଜାର ହେକ୍ଟରରୁ ଅଧିକା ଜମିରେ ଧାନ ଚାଷ ହୋଇଛି। ସ୍ବଳ୍ପ ବୃ୍‌ଷ୍ଟି ଯୋଗୁ ଚାଷୀମାନେ ପମ୍ପଯୋଗେ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ରୁଆ ବେଉଷଣ କରିବା ସହ ପରବର୍ତ୍ତୀ ସମୟରେ ଜଳ ଉତ୍ସରୁ ପାଣି ମଡେଇ ଧାନ ଚାଷ କରିଛନ୍ତି। ଅମଳ ଯାହା ହୋଇଛି ଓ ସରକାର ଧାନର ସହାୟକ ମୂଲ୍ୟ ଯାହା ରଖିଛନ୍ତି ସେଥିରୁ ଚାଷୀ ବିନିଯୋଗ କରିଥିବା ଅର୍ଥ ପାଇବା କଷ୍ଟକର।
ଏହାବ୍ୟତୀତ ଅଖା ଯୋଗାଇ ଦିଆଯାଉ ନ ଥିବାରୁ ବାଧ୍ୟ ହୋଇ ଅଖା ପ୍ରତି ୨୦ଟଙ୍କା ଦେଇ ଖୋଲା ବଜାରରୁ ଚାଷୀ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ କୃଷକ ନେତା ଶ୍ରୀନିବାସ ଜୁଝାର ସିଂହ ଅସନ୍ତୋଷବ୍ୟକ୍ତ କରିବା ସହ ତୁରନ୍ତ ଅଖା ଯୋଗାଇ ଦେବାକୁ ଦାବି କରିଛନ୍ତି। ବାଗୋଇ ପ୍ରାଥମିକ ସେବା ସମବାୟ ସମିତିର ସଭାପତି ଅଭୟ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ମିଲର ଅଖା ଦେଉନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବେ। ମାତ୍ର ସମ୍ପାଦକ ସାରଦା ପ୍ରଧାନ କହୁଛନ୍ତି, ଦୁଇ ତିନି ଦିନ ମଧ୍ୟରେ ଅଖା ବିଷୟରେ ଜଣାପଡିବ। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଣୀ ସୁଜାତା ମିଶ୍ରଙ୍କୁ ତାଙ୍କ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବନ୍ଦ ଥିବାରୁ ମତାମତ ମିଳିପାରି ନ ଥିଲା। ନିର୍ଦ୍ଧାରିତ ତାରିଖରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ପାଇଁ ଜିଲାପାଳ ମିଲରଙ୍କୁ ନିର୍ଦ୍ଦେଶ ଦେବାକୁ କୃଷକ ନେତା ସିଂହ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ହତ୍ୟା ଧମକ: ତେଜୁଛି ବିଜେଡି-ଭାଜପା କଳି

କୁଜଙ୍ଗ, ୧୭।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଡିଓ ଦୀପକ ପ୍ରସାଦ ସ୍ବାଇଁଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ଘଟଣାକୁ...

ଆଜି ବିଶ୍ୱବିନ୍ଧାଣୀଙ୍କ ପୂଜା, ପାରାଦୀପରେ ଆକର୍ଷଣୀୟ ମଣ୍ଡପ

ପାରାଦୀପ,୧୬ା୯(ଶରତ ରାଉତ): ପାରାଦୀପର ଅନ୍ୟତମ ଗଣପର୍ବ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାରଠାରୁ ଆରମ୍ଭ ହୋଇଛି। ପାରାଦୀପ ବଡ଼ପଡ଼ିଆ ଥାନାଛକଠାରୁ ବ୍ୟାଙ୍କ ଛକ ଓ ନୂଆବଜାର ହୋଟେଲ...

ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ପାରାଦୀପ,୧୬।୯(ଶରତ ରାଉତ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ...

ବସନ୍ତଙ୍କୁ ବିଜେଡିରୁ ବହିଷ୍କାର ଦାବି

ପାରାଦୀପ,୧୪।୯(ଶରତ ରାଉତ):ପାରାଦୀପ ବିଜେଡି ରାଜନୀତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ସାରେ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପରିସରରେ ବିଜେଡିର କାର୍ଯ୍ୟକାରୀ ସଭାପତି...

ବିଡିଓଙ୍କୁ ହତ୍ୟା ଧମକ ଦେଲେ ବିଜେଡି ସମର୍ଥିତ ଜନପ୍ରତିନିଧି

କୁଜଙ୍ଗ,୧୪।୯(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ଗଣ୍ଡଗୋଳ ହୋଇଛି। ବିଜେଡି ସମର୍ଥତ୍ତ ଜନପ୍ରତିନିଧି ବିଡିଓଙ୍କୁ ଡାକି ଧମକ ଦେଇଥିବା ଅଭିଯୋଗ ହୋଇଛି।...

ଗଣେଶ ଭସାଣିକୁ ନେଇ ହଣାକଟା

ପାରାଦୀପ.୧୩।୯(ଶରତ ରାଉତ): ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତିରେ ଗୁରୁବାର ରାତି ୯ଟାରେ ଗଣେଶ ମୂର୍ତ୍ତି ଭସାଣିକୁ ନେଇ ଗଣ୍ଡଗୋଳ ହୋଇଛି।...

ବିଜେଡିରେ ବଢ଼ୁଛି କନ୍ଦଳ

ପାରାଦୀପ/ କୁଜଙ୍ଗ, (ଶରତ ରାଉତ/ମନୋଜ ପ୍ରଧାନ),୧୨ା୯: ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟକୁ ଅନେକେ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି। ଗତ...

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ିକୁ ୧୫ ବର୍ଷ ପୂରିଲା: ସରୁନି ତଦନ୍ତ, ହେଉନି ରହସ୍ୟ ଉନ୍ମୋଚନ

ପାରାଦୀପ,୯।୯(ଶରତ ରାଉତ): ପାରାଦୀପ ବନ୍ଦର ନିକଟରେ ଏମ୍‌ଭି ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ସୋମବାର ୧୫ ବର୍ଷ ପୂରୁଛି। ବନ୍ଦରଠାରୁ ୬ କି.ମି. ସମୁଦ୍ରର ଆଙ୍କରେଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri