ବରଗଡ଼ ଜିଲାରେ ୨୧ରୁ ଖୋଲିବ ଧାନମଣ୍ଡି

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲାରେ ଆସନ୍ତା ୨୧ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡି ଖୋଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପତ୍ରସଂଖ୍ୟା-୧୭୨୧୮ ତା-୧୪।୧୧।୨୦୨୨ରିଖରେ ଏହା ଉଲ୍ଲେଖ ରହିଛି।

ପ୍ରକାଶଥାଉକି, ପୂର୍ବରୁ ଆସନ୍ତା ୨୫ତାରିଖରେ ଜିଲାର ଅତାବିରା ଓ ଭେଡ଼େନ ବ୍ଲକରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ଏବଂ ପର୍ଯ୍ୟାୟ କ୍ରମେ ଅନ୍ୟ ବ୍ଲକଗୁଡ଼ିକରେ ଧାନ ମଣ୍ଡି ଖୋଲିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇ ତାରିଖ ନିର୍ଦ୍ଧାରଣ କରିଥିଲା। କିନ୍ତୁ ଡିସେମ୍ବର ୧୫ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଚାଷୀ ସଙ୍ଗଠନଗୁଡ଼ିକ ଦାବି କରିଥିଲେ।

Share