ଜାନୁୟାରୀ ୩୧ ଯାଏ ବଢ଼ିଲା ମାଣ୍ଡିଆ ସଂଗ୍ରହ ପଞ୍ଜୀକରଣ ଅବଧି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ସମୟସୀମାକୁ ୨୦୨୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶୁକ୍ରବାର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟର ୧୯ ଜିଲାର ଜଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।
ପୂର୍ବରୁ ଏହି ଅବଧି ୨୦୨୨ ଡିସେମ୍ବର ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଅଧିକ ସଂଖ୍ୟକ ମାଣ୍ଡିଆ ଚାଷୀ ନୂତନ ଭାବେ ନାମ ପଞ୍ଜୀକରଣ ପାଇଁ ଆସୁଥିବା ଲକ୍ଷ୍ୟକରି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏମ୍‌-ପାସ୍‌ ଜରିଆରେ ଅନ୍‌ଲାଇନ୍‌ ପଞ୍ଜୀକରଣ ସମୟସୀମାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟକ ନୂତନ ମାଣ୍ଡିଆ ଚାଷୀଙ୍କୁ ପଞ୍ଜୀକରଣର ସୁବିଧା ମିଳିପାରିବ।

Share