ଭୁବନେଶ୍ୱର,୭ା୧୦(ବ୍ୟୁରୋ): ମାର୍ଗଶିର ମାସ ପ୍ରଥମ ଗୁରୁବାର ଅଥବା ନଭେମ୍ବର ୧୦ରେ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯିବ। ଚଳିତବର୍ଷ ନଭେମ୍ବର ୧୦ରେ ପାଳନ ହେବ ଏହି ଦିବସ । ମିଲେଟ୍ ମିଶନକୁ ପ୍ରୋତ୍ସାହନ ଦେବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା କୃଷି ସଚିବ ଅରବିନ୍ଦ ପାଢ଼ୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଆଦିବାସୀମାନଙ୍କର ଏହା ପ୍ରିୟ ଖାଦ୍ୟ। ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବାରୁ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।