ମାଣ୍ଡିଆ ଚାଷ ସଚେତନତା ରଥର ଶୁଭାରମ୍ଭ

ଖପ୍ରାଖୋଲ, ୨ା୧୨(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଆତ୍ମା ବଲାଙ୍ଗୀର, ମିଲେଟ ମିଶନ, ଓ୍ବାସନ୍‌ ଓ ଓ୍ବାଇସିଡିଏର ମିଳିତ ଆନୁକୂଲ୍ୟରେ ମାଣ୍ଡିଆ ଚାଷ ସଚେତନତା ରଥର ବୁଧବାର ଶୁଭାରମ୍ଭ ହୋଇଛି ା ବିଡିଓ ତରଣୀ ସୁନା ମୁଖ୍ୟ ଅତିଥିଭାବେ ଯୋଗଦେଇ ମାଣ୍ଡିଆ ଚାଷୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ କହିଥିଲେ। ଏହା ସହ ପୁଷ୍ଟିକର ଖାଦ୍ୟ ଭାବେ ମାଣ୍ଡିଆର ବ୍ୟବହାର ବୃଦ୍ଧି ପାଉଥିବା ଏବଂ ପ୍ରତିକୂଳ ପାଗରେ ମାଣ୍ଡିଆ ଉପତ୍ାଦିତ ହୋଇପାରୁଥିବାରୁ ଚାଷୀ ଏହି ଚାଷ ପ୍ରତି ଆକୃଷ୍ଟ ହେବାକୁ ପରାମର୍ଶ ଦେଇଥିଳେ। ଏ ନେଇ ସଚେତନତା ବାର୍ତ୍ତା ଦେଇ ରଥ ବ୍ଲକର ସମସ୍ତ ପଞ୍ଚାୟତ ବୁଲିବ ବୋଲି ସେ କହିଥିଲେ ା କାର୍ଯ୍ୟକ୍ରମରେ ଏଡିଓ ଗୋରେନ୍ଦ୍ର ନାଥ ସିଂ, ବିଏଓ ଯଶୋବନ୍ତ ସାହୁ, ଓ୍ବାସନ୍‌ର ଡିସି ଯଶୋବନ୍ତ ନାଏକ, ଓ୍ବାଇସିଡିଏର ବ୍ଲକ କୋଅର୍ଡିନେଟର ହେମବତୀ ନନ୍ଦନ ବେହେରା, ଉଦ୍ୟାନ ବିଭାଗ ପ୍ରତିନିଧି ଶେଷଦେବ ମାଝୀ, ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ, ନାନ୍ଦୁପଲା ସରପଞ୍ଚ ସୁରେଶ ପୁଝାରୀ, ଘୁନସର ସରପଞ୍ଚ କପିଳ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ା କାର୍ଯ୍ୟକ୍ରମରେ ଅତିଥିମାନେ ସବୁଜ ପତାକା ଦଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ା