ମାଣ୍ଡିପଙ୍କା ଆମ୍ଭଟାକୁଆ ଖାଇବା ଘଟଣା: ଆଉ ଜଣେ ଆଖିବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ବାସୀ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣା ରେ ଆଉ ଜଣଙ୍କ କଟକ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ମୃତକ ହେଲେ ଜିତା ମାଝୀ ବୋଲି ଜଣାପଡିଛି। ଚଳିତ ୧ରେ ଜିତା ମାଝୀ ସମେତ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନିଆଯାଇଥିଲା। ତେବେ ବାଟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରହ୍ମପୁର ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିଲା ଘଟଣାରେ ସେହି ସମୟରେ ୨ ମୃତ୍ୟୁ ଓ ୬ ଗୁରୁତର ରହିଥିଲେ। ସେହିପରି ୬ ଗୁରୁତରଙ୍କୁ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଉଥିଲା ୨ ଜଣଙ୍କ ମଧ୍ୟରୁ ଜିତାଙ୍କ କିଡ଼ନୀ ଜନିତ ରୋଗରେ ସୋମବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଜିତାଙ୍କ ମର ଶରୀର ମାଣ୍ଡିପଙ୍କାକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ବିଡ଼ିଓ ଏବଂ ସରପଞ୍ଚ କୁମାରୀ ମଲିକଙ୍କ ସହ କଥାବାର୍ତ୍ତା ହୋଇଥିବା ବିଡ଼ିଓ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମାଣ୍ଡିପଙ୍କା ଗ୍ରାମରେ ସାଧାରଣ ବଣ୍ଟନ ଚାଉଳ ସଠିକ ସମୟରେ ନ ମିଳିବା ଯୋଗୁ ଭୋକ ପାଇଁ ଆମ୍ବ ଟାକୁଆ ଖାଇଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସରକାରଙ୍କୁ ଘେରିଥିଲେ। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ବିଡ଼ିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମାଣ୍ଡିପଙ୍କାରେ ପହଞ୍ଚି ଲୋକଙ୍କ ଦମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଥିବା ବେଳେ ସୋଲାର ପମ୍ପରେ ଜଳ ଯୋଗାଣ, ପେଭେରବ୍ଲକ ରାସ୍ତା ର୍ନିମାଣ ଆଦି କାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଘଟଣାକୁ ନେଇ ଗୁରୁତ୍ୱ ଦେବା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ଆରଡିସିସ୍ତରୀୟ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍‌ ବୈଠକ: ୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୨୩ା୪: ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୧୪ରୁ ଖୋଲିବ ଧାନମଣ୍ଡି

ବରଗଡ଼,୨୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପାଇଁ ବୁଧବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ...

Pahalgam Terrorist Attack: ଅମିତ ଶାହାଙ୍କୁ ଭେଟି ଭୋ ଭୋ କାନ୍ଦି ଉଠିଲେ ପହଲଗାମ ପୀଡ଼ିତ, ଭିଡିଓ ଦେଖିଲେ ଆଖିରେ ଲୁହ ରହିବନି

ଶ୍ରୀନଗର,୨୩।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ନ୍ୟାୟ ଦିଆଯିବ...

ପହଲଗାମ ଆକ୍ରମଣକୁ ନେଇ ସଲମାନ କହିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିବା ଯାହା…

ମୁମ୍ବାଇ,୨୩ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଜଣେ ପରେ ଜଣେ ବଲିଉଡ୍‌ ଷ୍ଟାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଶାହରୁଖ ଖାନ୍‌ଙ୍କ ପରେ ଏବେ ସଲମାନ ଖାନ୍‌...

Terror Attack: ହନିମୁନ ପାଇଁ ହିମାଂଶୀଙ୍କ ସହ ୟୁରୋପ ଯାଇଥାଆନ୍ତେ ନେଭି ଅଫିସର ବିନୟ, ହେଲେ ଭାଗ୍ୟରେ ଥିଲା…

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ମଧ୍ୟ ଅଛନ୍ତି। ଲେଫ୍ଟନାଣ୍ଟ ବିନୟ ନରୱାଲ ମାତ୍ର ୮ ଦିନ...

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ୫ ଛାତ୍ରୀଛାତ୍ରଙ୍କ ସମେତ ୧୦ ଆହତ

ଛତ୍ରପୁର,୨୩।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ଉଜଳେଶରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ବୁଧବାର ଏକ ଦୁର୍ଘଟଣା ହୋଇଛି। ସ୍କୁଲ ଖରା ଛୁଟି ହୋଇଯିବା ପରେ...

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

ପ୍ଲିଜ୍‌ ଗୁଳି କର ନାହିଁ… ସୈନିକଙ୍କୁ ଆତଙ୍କବାଦୀ ଭାବିଦେଲେ ଲୋକେ: ଭାଇରାଲ ହେଉଛି ହୃଦୟବିଦାରକ ଭିଡିଓ

ଶ୍ରୀନଗର,୨୩।୪: ଆତଙ୍କବାଦୀଙ୍କ ହୃଦୟ ନାହିଁ। ସେମାନେ ଯେକୌଣସି ବ୍ୟକ୍ତିଙ୍କ ଜୀବନ ନେଇପାରନ୍ତି। ଏକଥା ବହୁତ ଥର ଶୁଣିଥିବେ, କିନ୍ତୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକମାନେ ଏହି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image