୪୮ ବର୍ଷରେ ପୁଣିଥରେ ମା’ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ!

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ହେଲେ ମନ୍ଦିର ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇ ନାହାନ୍ତି। ମନ୍ଦିରା ଏବଂ ତାଙ୍କ ସ୍ବାମୀ ରାଜ କୌଶଲ ଏକ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସେମାନେ ଝିଅର ନାମ ରଖିଛନ୍ତି ତାରା ବେଦୀ କୌଶଲ। ଏ ନେଇ ମନ୍ଦିରା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖି ଜଣାଇଛନ୍ତି। ଏକ ଫ୍ୟାମିଲି ଫଟୋ ସେ ଶେୟାର କରିଛନ୍ତି। ଉକ୍ତ ଫଟୋ ସ୍ବାମୀ ରାଜ, ପୁଅ ଭୀର୍‌ ଏବଂ ଝିଇ ତାରାଙ୍କୁ ଦେଖିବାକୁ ମିଳୁଛି। ୨୮ ଜୁଲାଇ ୨୦୨୦ରୁ ତାରା ତାଙ୍କ ପରିବାରର ସଦସ୍ୟ ହୋଇଥିବା ମନ୍ଦିର ଜଣାଇଛନ୍ତି।ଆହୁରି ମଧ୍ୟ ମନ୍ଦିରା ଲେଖିଛନ୍ତି, ତାରା ଆମ ସମସ୍ତଙ୍କ ପାଇଁ ଆଶୀର୍ବାଦ ସାଜି ଆସିଛି। ଆମର ଛୋଟ ଝିଅ ତାରାକୁ ତାର ଭାଇ ଭୀର ପ୍ରେମରେ ସ୍ବାଗତ କରିଛି।

Share