Advertisement

ଆଇପିଏଲ୍‌ର ଏହି ଟିମ୍‌ ସହ କାମ କରିବେ ମନ୍ଦିରା

ନୂଆଦିଲ୍ଲୀ,୪।୧: ସର୍ବଦା ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇଆସିଛି ରାଜସ୍ଥାନ ରୟାଲ୍ସ ଟିମ୍‌। ଏବେ ଫ୍ରାଞ୍ଚାଇଜ୍‌ ନୂଆ ପ୍ରତିଭା ଖୋଜିବା ଲାଗି ଏକ ଶୋ’ ଆଣିବାକୁ ଯାଉଛି। ଏଥିରେ ଦେଶର ଭିନ୍ନ ଭିନ୍ନ ସହରର ଖେଳାଳିମାନଙ୍କୁ ବଛାଯିବ। ତେବେ ଏହି ଶୋ’କୁ ହୋଷ୍ଟ କରିବେ ଅଭିନେତ୍ରୀ ତଥା ଉଦ୍‌ଘୋଷିକା ମନ୍ଦିରା ବେଦୀ।

ଅନେକ ଟେଲିଭିଜନ ଶୋ’, ଆଇପିଏଲ୍‌ ମ୍ୟାଚ୍‌ରେ ହୋଷ୍ଟିଂ କରିଥିବା ମନ୍ଦିରା ପୁଣିଥରେ କ୍ରିକେଟ ସହ ଯୋଡ଼ି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସର ‘କ୍ରିକେଟ କା ଟିକେଟ’ ଶୋ’କୁ ସେ ହୋଷ୍ଟ କରିବେ। ଏହାର ପ୍ରସାରଣ କଲର୍ସ ଟିଭିରେ ହେବ।

ତେବେ ଶୋ’କୁ ନେଇ ରାଜସ୍ଥାନ ପକ୍ଷରୁ ଏକ ପ୍ରମୋ ଶେୟାର କରାଯାଇ ସୂଚନା ଦିଆଯାଇଛି। ଜାନୁୟାରୀ ୧୫ରୁ ଏହାର ରେଜିଷ୍ଟ୍ରେଶନ ଆରମ୍ଭ ହେବ। ଜଣେ ପୁରୁଷ ଏବଂ ଜଣେ ମହିଳା ଏହି କ୍ରିକେଟର ଶୋ’ର ବିଜେତା ହେବେ। ତାଙ୍କୁ ପୁରସ୍କାରସ୍ବରୂପ ୫ ଲକ୍ଷ ଟଙ୍କା ଏବଂ ରାଜସ୍ଥାନ ପକ୍ଷରୁ ଖେଳିବାର ସୁଯୋଗ ଦିଆଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share