ବଲିଉଡ୍ ଅଭିନେତ୍ରୀ ତଥା ଉପସ୍ଥାପିକା ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍ କୌଶଳଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ସ୍ବାମୀଙ୍କ ହଠାତ୍ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ମନ୍ଦିରା। ଅନ୍ତିମ ଯାତ୍ରା ଯୋଗ ଦେଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ସେ। ରାଜ୍ ଜଣେ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଜଣେ ଫିଲ୍ମ ନିର୍ମାତା ଭାବେ କାର୍ଯ୍ୟ କରିଥିଲେ। ରାଜ୍ଙ୍କ ପରଲୋକରେ ବଲିଉଡ୍ ସେଲିବ୍ରିଟିମାନେ ଶୋକ ପ୍ରକାଶ କରିଛନ୍ତି।
ମନ୍ଦିରା ବେଦୀ ଏବଂ ରାଜ କୌଶଲ ୧୪ ଫେବୃଆରୀ ୧୯୯୯ରେ ବିବାହ କରିଥିଲେ। ମନ୍ଦିରା ଏବଂ ରାଜ ପ୍ରଥମେ ୧୯୬୬ ମସିହାରେ ମୁକୁଲ ଆନନ୍ଦଙ୍କ ଘରେ ସାକ୍ଷାତ ହୋଇଥିଲେ। ମନ୍ଦିରା ସେଠାରେ ଅଡିସନରେ ପହଞ୍ଚିଥିଲେ ଏବଂ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ। ଏଠାରୁ ଦୁହେଁ ପରସ୍ପରକୁ ଦେଖିଲେ ଏବଂ ସେମାନଙ୍କର ପ୍ରେମ ଆରମ୍ଭ ହେଲା। ରାଜ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭିି କଭି’, ‘ସାଦି କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ’ ରେ ତିନୋଟି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ।