ପିଲାଙ୍କ ମା’ବାପା ଉଭୟ ଏବେ ମୁଁ, ତାଙ୍କ ପାଇଁ ବଞ୍ଚିଛି: ମନ୍ଦିରା

ବମ୍ବେ: ସ୍ବାମୀ ରାଜ୍‌ କୌଶଲଙ୍କୁ ହରାଇ ଏକାକୀ ହୋଇଯାଇଛନ୍ତି ମନ୍ଦିରା ବେଦୀ। ଜୁନ୍‌ ୩୦ରେ ହୃଦ୍‌ଘାତରେ ରାଜ୍‌ଙ୍କ ମୃତ୍ୟୁ ଘଟିଥିଲା। ପଛରେ ରହିଯାଇଥିଲେ ମନ୍ଦିରାଙ୍କ ସହ ୨ ସନ୍ତାନ। ଏବେ ସେମାନଙ୍କୁ ଚାହିଁ ଦିନ କାଟୁଛନ୍ତି ସେ। ଏପରିକି ପିଲାଙ୍କର ବାପାମା’ ଉଭୟ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ନିଜେ ମନ୍ଦିରା କହିଛନ୍ତି।

ପୁଅ ବୀର ଏବଂ ଝିଅ ତାରା ତାଙ୍କ ଦୁନିଆ। ଲଗାତାର ଭାବେ କାମ କରିବା ହିଁ ଆଗକୁ ବଢ଼ିବାର ପ୍ରେରଣା। ପିଲାଙ୍କ ନେଇ ସେ ସାହସୀ ହୋଇଛନ୍ତି। ଏହା ତାଙ୍କର ସବୁଠାରୁ ବଡ଼ ଶକ୍ତି ବୋଲି ମନ୍ଦିରା କହିଛନ୍ତି। ଏହାଛଡ଼ା ନିଜ କ୍ୟାରିୟର ସଂଘର୍ଷପୂର୍ଣ୍ଣ ରହିଥିଲା। ୩୦ ବର୍ଷର ହୋଇଯିବା ପରେ ମୋ ଭିତରେ ସାମାନ୍ୟ ଅସୁରକ୍ଷିତ ଭାବନା ଆସିଥିଲା। ହେଲେ ଏବେ ୪୦ ବର୍ଷ ବୟସରେ ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେଉଁଠାରେ ମୁଁ ବହୁତ ଭଲ କାମ କରିପାରିବି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

କର୍ମ ଜୀବନ ବିଷୟରେ କଥା ହେଲେ ମନ୍ଦିରା ଖୁବ୍‌ଶୀଘ୍ର ‘ଦ ଲଗ୍‌ ଲାଫ୍‌ ଲାଇଫ୍‌ ଶୋ’ର ତୃତୀୟ ସିଜିନକୁ ହୋଷ୍ଟ କରିବାକୁ ଯାଉଛନ୍ତି। ଏହାକୁ ନେଇ ସେ ବେଶ୍‌ ଉତ୍ସାହିତ ମଧ୍ୟ ଅଛନ୍ତି।

Share