ସୁଇମିଂ ପୁଲ୍‌ରେ ବନ୍ଧୁଙ୍କ ସହ ଏପରି ଫଟୋ ଶେୟାର କଲେ ମନ୍ଦିରା, ଟ୍ରୋଲ କରି ୟୁଜର୍ସ କହିଲେ…

ବଲିଉଡ୍ର ଅଭିନେତ୍ରୀ ମନ୍ଦିରା ବେଦୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଧାରାବାହିକରୁ ମନ୍ଦିରା ଘରେ ଘରେ ପରିଚିତ ହୋଇଥିଲେ । ଗତବର୍ଷ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ମନ୍ଦିରା ଏକ ପ୍ରକାର ଭାଙ୍ଗି ପଡିଥିଲେ । ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ ସବୁ ଭୁଲି ଜୀବନକୁ ସ୍ବଭାବିକ ବଞ୍ଚୁଥିବା ବେଳେ ପିଲାମାନଙ୍କ ଯତ୍ନ ନେଉଛନ୍ତି । ବର୍ତ୍ତମାନ ସେ ଟ୍ରୋଲର ଶିକାର ହୋଇଛନ୍ତି।
ନିକଟରେ ମନ୍ଦିରା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ସୁଇମିଂ ପୁଲ୍‌ରେ ନଜର ଆସିଥିଲେ। ମନ୍ଦିରାଙ୍କ ସହ ତାଙ୍କର ଜଣେ ପୁରୁଷ ବନ୍ଧଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଫଟୋ ଶେୟାର କରି ମନ୍ଦିରା କ୍ୟାପଶନ୍‌ରେ ଲେଖିଛନ୍ତି କି ଜନ୍ମଦିନର ଶୁଭେଚ୍ଛା । ଏହି ଫଟୋ ବହୁତ କିଛି କହୁଛି, ତମେ ମୋ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଆମେ କେତେ ଦିନରୁ ପରସ୍ପରକୁ ଜାଣିଛୁ, ଆମ ବନ୍ଧନ କଣ ଏବଂ ମୁଁ ତୁମ ଉପରେ କେତେ ବିଶ୍ବାସ କରୁଛି। ତୁମକୁ ବହୁତ ଖୁସି , ଭଲ ପାଇବା , ପ୍ରେମ ସହ ବହୁତ ସଫଳତା ମିଳୁ । ଲଭ ୟୁ।
ୟୁଜର୍ସମାନେ ଫଟୋ ଦେଖି ଖୁବ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି -ଇଏ କ’ଣ ତୁମ ନୂଆ ସ୍ବାମୀ ? ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share