Categories: ଜାତୀୟ

ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ

ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର ରାତିରେ ଗୁଳି କରି ହତ୍ୟା କରିଛି ବନବିଭାଗ। ଗତ କିଛି ମାସ ମଧ୍ୟରେ ଉକ୍ତ ବାଘଟି ୭ ଜଣଙ୍କୁ ମାରିଥିବାବେଳେ ୪ ଜଣ ଗୁରୁତର ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ବନବିଭାଗ ସୂଚନା ମୁତାବକ, ମହାରାଷ୍ଟ୍ରର ବିଡ, ଅହମ୍ମଦନଗର, ସୋଲାପୁର ଏବଂ ଔରଙ୍ଗାବାଦ ଜିଲାର ବିଭିନ୍ନ ସ୍ଥାନରେ ଉକ୍ତ ଚିତାବାଘ ଆତଙ୍କ ଚଳାଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ରହିଥିଲେ। ଚିତାବାଘ ଆକ୍ରମଣରେ ୭ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ବିଭିନ୍ନ ଗ୍ରାମରେ ପଶି ଅନେକ ଗୋରୁଙ୍କୁ ମଧ୍ୟ ଉକ୍ତ ଚିତା ମାରି ଦେଇଥିଲା। ପରେ ବନବିଭାଗ କର୍ମଚାରୀମାନେ ଟ୍ରାକ କରି ଉକ୍ତ ଚିତାବାଘକୁ ସୋଲାପୁର ଜିଲା କର୍ମାଲାର ଏକ କଦଳୀ ଫାର୍ମ ହାଉସରେ ଥିବା ଜାଣିବାକୁ ପାଇଥିଲେ। ଏହାପରେ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ଗୁଳି କରି ଚିତାବାଘକୁ ହତ୍ୟା କରିଥିଲେ।

Share