ଅପରିଷ୍କାର ହୋଇପଡ଼ିଛି ମଙ୍ଗଳା ନଦୀ

ପୁରୀ,୨୧ା୬(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ବ୍ଲକ ସମଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଖଡ଼ିପଦା ଗ୍ରାମର ମେଳଣ ପଡ଼ିଆରେ ଗୁରୁବାର ସମାଜସେବୀ ସୂର୍ଯ୍ୟନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳା ନଦୀ ଅପରିଷ୍କାର ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର ପାଇଁ ବୈଠକରେ ଦାବି କରାଯାଇଛି। ନଦୀ ଉଭୟ ପାଶର୍‌ବ ସଂଲଗ୍ନ ଗ୍ରାମଗୁଡ଼ିକର ଅଧିବାସୀମାନେ ଏକାଠି ହୋଇ ଏହି ଦାବି ଉଠାଇବା ସହ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରିଛନ୍ତି। ଶିକ୍ଷାବିତ ସୁକାନ୍ତ କୁମାର ମହାନ୍ତି ଉପସ୍ଥିତ ସଦସ୍ୟମାନଙ୍କୁ ‘ମଙ୍ଗଳା ନଈ ବଞ୍ଚାଅ’ ଅଭିଯାନକୁ ଆଗେଇନେବା ଦିଗରେ ପୂର୍ଣ୍ଣ ସହଯୋଗ ଅକ୍ଷୁଣ୍ଣ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ବୈଠକରେ ଗଠନ ହୋଇଥିବା ‘ମଙ୍ଗଳା ନଦୀ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି’ର ସଦସ୍ୟ ଭାବେ ସୂର୍ଯ୍ୟନାରାୟଣ ରଥ, ସୁକାନ୍ତ କୁମାର ମହାନ୍ତି, ସୁଧାଂଶୁ କୁମାର ଜେନା, ଚନ୍ଦନ ବାରିକ, ଦୀପକ ସ୍ବାଇଁ, ମଧୁସୂଦନ ସାହୁ ଓ ଲୋକନାଥ ସାହୁଙ୍କୁ ମନୋନୀତ କରାଯାଇ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କୁହାଯାଇଛି।
ମଙ୍ଗଳା ନଦୀ ଅପରିଷ୍କାର ହୋଇ ପଡ଼ିଥିବା ନେଇ ବୈଠକରେ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ବହୁ ପୁରାତନ ମଙ୍ଗଳା ନଈ ଅପରିଷ୍କାର ହୋଇଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ପୁରୀ ସହରର ଡ୍ରେନ୍‌ ପାଣି ସବୁ ସ୍ବେରେଜ ନାଳ ମାଧ୍ୟମରେ ଉକ୍ତ ନଈରେ ପଶୁଛି। ମୂଷା ନଈ ଭଳି ମଙ୍ଗଳା ନଈ ମଧ୍ୟ ଅନାବନା ଗଛଲତା ଓ ଦଳରେ ଭର୍ତ୍ତି ହୋଇଗଲାଣି। ନଈରେ ସର୍ପ ଓ ବିଭିନ୍ନ ରୋଗ ସୃଷ୍ଟିକାରୀ କୀଟ ସୃଷ୍ଟି ହେଲେଣି। ନଈପାଣି ବିଷାକ୍ତ ହୋଇଯାଇଛି। ଏଥିଯୋଗୁ ୫ ହଜାର ଲୋକ ପ୍ରଭାବିତ ହେଉଛନ୍ତି। ନଈର ଅନେକ ଜାଗା ଜବରଦଖଲ ହୋଇଛି। ଏ ସମ୍ପର୍କରେ ବିିଭିନ୍ନ ଦଳର ନେତାଙ୍କୁ ଅଭିଯୋଗ ଜଣାଇ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତେଣୁ ଏହି ଐତିହାସିକ ନଈର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମଙ୍ଗଳା ନଦୀ। କୃଷ୍ଣ ଜନ୍ମ ଦିବସ ପରଦିନ ଏହି ନଈକୂଳରେ ଯମୁନା ଗାଧୁଆ ଉତ୍ସବ ମହାସମାରୋହରେ ପାଳନ କରାଯାଏ। ଲୋକଙ୍କ ଯାତାୟାତ ପାଇଁ ପୁରୀର ପ୍ରଥମ ଏମ୍‌ପି ଲୋକନାଥ ମିଶ୍ର ଓ ସ୍ଥାନୀୟ ନେତା ରାମହରି ରଥଙ୍କ ଦ୍ୱାରା ମଙ୍ଗଳାଘାଟ ସେତୁ ନିର୍ମାଣ ହୋଇଥିଲା। ମଙ୍ଗଳା ନଈକୁ ସ୍ବଚ୍ଛ ଓ ବ୍ୟବହାରଯୋଗ୍ୟ କରିବା ପାଇଁ ସରକାରଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri