ହାଇଦ୍ରାବାଦ,୬ା୧୨: ବାଲ୍ୟ ବିବାହ ପ୍ରଥା ଆଇନସଙ୍ଗତ ହୋଇ ନ ଥିବା ବେଳେ ଦୁଇ ନାବାଳିକା-ନାବାଳକ ଶ୍ରେଣୀଗୃହରେ ବିବାହ କରିବା ଘଟଣା ସାମ୍ନାକୁ ଆସିଛି। ଏହି ବିବାହ ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।
ଏକ ରିପୋର୍ଟ ଅନୁଯାୟୀ, ଜଣେ ୧୭ ବର୍ଷର ନାବାଳକ ମଙ୍ଗଳସୂତ୍ର ଏବଂ ସିନ୍ଦୁର ଆଣି ଶ୍ରେଣୀଗୃହକୁ ଆସିଥିଲେ। ଛାତ୍ର ଜଣକ ପୂର୍ବ ଗୋଦାବରୀ ଜିଲାର ରାଜା ମହେନ୍ଦ୍ରବରମରେସ୍ଥିତ ଏକ ଜୁନିଅର କଲେଜରେ ବିବାହ କରିଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି।
ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ଏବଂ ଅନ୍ୟ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ବାଲ୍ୟ ବିବାହ ଆଇନ ୨୦୦୬ ଅନୁଯାୟୀ, ପୋଲିସ ଏକ ମାମଲା ରୁଜୁ କରିଛି। ‘ବିବାହ କରିଥିବା’ ନାବାଳକଙ୍କୁ ପୋଲିସ ଖୋଜୁଛି। ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ବିବାହ ଆଇନଗତ ବୈଧ ନୁହେଁ।
ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷ ବସିରେଡ୍ଡୀ ପଦ୍ମା କହିଛନ୍ତି, ଝିଅର ମାତାପିତା ତାଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇନାହାନ୍ତି। ପରେ ନାବାଳିକାକୁ କାଉନସେଲିଂ ପାଇଁ ଗୋଟିଏ ବାଳସୁଧାର ଗୃହକୁ ନିଆଯାଇଛି।