Posted inଫୁରସତ

ଏକା ସମୟରେ ଦୁଇ ହାତରେ ଅଲଗା ଅଲଗା ଭାଷାରେ ଲେଖିପାରୁଛନ୍ତି ଏହି ଯୁବତୀ: ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ

ଏକା ସମୟରେ ନିଜର ଦୁଇ ହାତରେ ଅଲଗା ଅଲଗା ଲେଖିପାରୁଛନ୍ତି ଜଣେ ଯୁବତୀ। କର୍ନାଟକର ମାଙ୍ଗାଲୋରର ଜଣେ ୧୬ ବର୍ଷୀୟ ଯୁବତୀଙ୍କ ନିକଟରେ ଏଭଳି ପ୍ରତିଭା ଦେଖିବାକୁ ମିଳିଛି। ଏକ ମିନିଟ୍‌ରେ ପ୍ରାୟ ୪୫ଟି ଶବ୍ଦ ଲେଖିପାରୁଛନ୍ତି ସେ। ଯୁବତୀଜଣଙ୍କ ହେଲେ ଆଦି ସ୍ବରୂପା। ତାଙ୍କ ନାମରେ ଦୁଇଟି ରେକର୍ଡ ରହିଛି। ତେବେ ଦେଖିବାକୁ ସହଜ ଲାଗିଲେ ବି ଏଭଳି କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ।

ମୁଁ ଗୋଟଏ ସମୟରେ ଉଭୟ ହାତରେ ୧ ମିନିଟ୍‌ରେ ୫୫-୬୦ ଶବ୍ଦ ଲେଖିବାକୁ ପ୍ରୟାସ ଜାରି ରଖିଛି। ଏବେ ପୂର୍ବ ବେଗକୁ ବଢ଼ାଇବାକୁ ଚେଷ୍ଟା କରୁଛି। ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ ରହିଛି। ଏବେ ମୁଁ ଇଂରାଜୀ, କନ୍ନଡ଼ ଭାଷାରେ ଲେଖୁଅଛି ବୋଲି ସେ କୁହନ୍ତି।

ସ୍ବରୂପା କେବେ ସ୍କୁଲ ଯାଆନ୍ତି ନାହିଁ। ହେଲେ ସେ ୨୦୨୧ରେ ହେବାକୁ ଥିବା ଏସ୍‌ଏସ୍‌ଏଲ୍‌ସି ବୋର୍ଡ ପରୀକ୍ଷାରେ ବାହ୍ୟ ପ୍ରାର୍ଥୀ ଭାବେ ଉପସ୍ଥିତି ହେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେ ଗୀତ ଗାଇବା ସହ ମିମିକ୍ରି(ଅନ୍ୟର ନକଲ କରିବା), ରୁବିକ୍‌ କ୍ୟୁବ୍‌ ଆଦି କ୍ଷେତ୍ରରେ ଜାତୀୟ ଓ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଆଶା ରଖିଛନ୍ତି। ସୃଜନଶୀଳ ଏବଂ ସୁକ୍ଷ୍ମ କଳାରେ ଅତି କମ୍‌ରେ ୧୦ଟି ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ସେ ଆଶା ରଖିଛନ୍ତି।

କେବଳ ସେତିକି ନୁହେଁ ସ୍ବରୁପାଙ୍କ ମା’ ସୁମଙ୍ଗଳା ସୁମାଦକର ଙ୍କ ସହ ମିଶି ସେ ୨୦୧୮ରେ ଗ୍ରୁପ୍‌ ବର୍ଗରେ ରୁବିକ୍‌ କ୍ୟୁବ ମୋଜେକ୍‌ରେ ସେ ଗିନିଜ ଓ୍ବାଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ଆସନ୍ତା ୨୦୨୧ସେ ବ୍ୟକ୍ତିଗତ ବର୍ଗରେ ସମାନ ସଫଳତା ପାଇଁ ଚେଷ୍ଟା କରୁଛନ୍ତି। ବିଟ୍‌ବକ୍ସରେ ମଧ୍ୟ ସେ ବିଶ୍ୱ ରେକର୍ଡ କରିବାକୁ ଚାହୁଁଛନ୍ତି।

ତେବେ ପିଲାଟିବେଳୁ ସ୍ବରୂପାଙ୍କ ନିକଟରେ ପ୍ରତିଭା ପ୍ରକାଶ ପାଇଥିଲା। ୨-୩ ବର୍ଷ ବୟସରେ ସେ ଉଭୟ ହାତରେ ଲେଖିବା ଆରମ୍ଭ କରିଥିଲେ। ଆଗାମୀ ଦିନରେ ସେ ଅନେକ ରେକର୍ଡ କରିବା ନେଇ ପରିବାରଲୋକେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ଟାୟାରରୁ ହୋଇପାରିବ…

ଗାଡିର ଟାୟାର ଖରାପ ହେଇଗଲେ ତାହା ଅଦରକାରୀ ହୋଇଯାଏ। ଏଠି ସେଠି ପଡ଼ି ରହେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପୁନାର ୨୮ ବର୍ଷୀୟା ଆଇଟି...

ଚେହେରା ଚିହ୍ନାଚିହ୍ନା ଲାଗେ ହେଲେ ମନେ ପଡ଼ି ନ ଥାଏ ନାମ ଏଭଳି କାହିଁକି ହୁଏ ଜାଣନ୍ତୁ

ବେଳେବେଳେ କାହାକୁ ଦେଖିଲେ ତାଙ୍କ ଚେହେରା ଚିହ୍ନା ଚିହ୍ନା ଲାଗେ। ହେଲେ ମନେ ପଡ଼ି ନ ଥାଏ ସେହି ବ୍ୟକ୍ତିଙ୍କ ନାମ। କେବେ ଭାବିଛନ୍ତି କି...

ପୃଥିବୀଆଡକୁ ମାଡିଆସୁଛି ଭୟଙ୍କର ଆଷ୍ଟ୍ରଏଡ, ଜାଣନ୍ତୁ ଗୋଟିଏ ଝଟ୍‌କାରେ କେଉଁ ସହର ହେବ ଧ୍ୱଂସ!

ପୁରା ବ୍ରହ୍ମାଣ୍ଡ ରହସ୍ୟରେ ପରିପୂର୍ଣ୍ଣ। କେତେବେଳେ କ’ଣ ହେବ ଏବଂ କେବେ ହେବ ତାହା ଜାଣିବା କଷ୍ଟକର। ତଥାପି, ଅନେକ ବୈଜ୍ଞାନିକ ଏହା ଉପରେ ଗବେଷଣା...

ପ୍ରଥମ ରୋଜଗାର… ବୋଉ ପାଇଁ ଶାଢ଼ି ଓ ମିଠା କିଣିଥିଲି, ବୋଉ ଆଖିରୁ ଝରିପଡିଥିଲା ଦୁଇଟୋପା ଲୁହ

ମୋ ଘର ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁରେ। ପିଲାବେଳୁ ପାଠରେ ଖୁବ୍‌ ଭଲ ଥିଲି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର...

Kumbh Mela: ଭାଇରାଲ ବାବା

ଆଇଆଇଟି ବାବା: ଏବେ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ ହେଉଥିବା ବାବା ହେଛନ୍ତି ଅଭୟ ସିଂ ଓରଫ ଆଇଆଇଟି ବାବା। ଲମ୍ବା କେଶ ସାଙ୍ଗକୁ ନିଶ ଦାଢ଼ି।...

‘Sorry Bubu’ କ’ଣ? ନୋଏଡାରୁ ମେରଟ ଯାଏ ଲାଗିଥିବା ଏହି ପୋଷ୍ଟର ଚର୍ଚ୍ଚାରେ, ଭାଇରାଲ ହେଉଛି…

ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେଉଛି। ଏହି ଫଟୋରେ ବିଦ୍ୟୁତ୍‌ ଖୁଣ୍ଟ ଏବଂ କାନ୍ଥରେ ‘ସରି ବୁବୁ’ ଲେଖାଥିବା ପୋଷ୍ଟର ଦେଖିବାକୁ...

ସରସ୍ବତୀ ପୂଜାରେ କାହିଁକି ଖାଆନ୍ତି ମାଛ? ଇଲିଶିକୁ ସିନ୍ଦୂର ଲଗାଇ…ଏହି ପ୍ରଥା ଜାଣିଲେ ତାଜୁବ ହେବେ

ବସନ୍ତ ପଞ୍ଚମୀ ଦିନ ମାଛ ଖାଇବାର ପ୍ରଥା ବାବଦରେ ଆପଣ ଜାଣିନଥିବେ । ଜାଣନ୍ତୁ କାରଣ। ଚଳିତ ବର୍ଷ ଫେବୃୟାରୀ ୨ରେ ଅର୍ଥାତ ଆସନ୍ତା କାଲି...

ନିଜେ ରୋଗୀ ହୋଇ ଡାକ୍ତର କରୁଛନ୍ତି ରୋଗୀ ସେବା, Video Viral

ଗଜପତି,୧ା୨(ଗିରିଧାରୀ ପରିଚ୍ଛା): ଡ୍ୟୁଟିରେ ଥିବା ଡାକ୍ତର  ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ୍‌ ଲାଗିଥିବା ସମୟରେ ରୋଗୀ ଚିକିତ୍ସା ପାଇଁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image