ବେଙ୍ଗାଲୁରୁ,୨୧।୧୧: କର୍ନାଟକର ମାଙ୍ଗାଲୁରୁ ସହରରେ ଏକ ଅଟୋ ରିକ୍ସା ଭିତରେ ଘଟିଥିବା ବିସ୍ଫୋରଣ ସମ୍ପର୍କରେ ପୋଲିସ ଏକ ବଡ ଖୁଲାସା କରିଛି। ପୋଲିସ କହିଛି, ଅଭିଯୁକ୍ତ ମହମ୍ମଦ ଶରିକ୍ ଇସଲାମିକ ଷ୍ଟେଟ (ଆଇଏସ୍ଆଇଏସ୍) ହ୍ୟାଣ୍ଡେଲର୍ଙ୍କ ସହ ଯୋଗାଯୋଗରେ ଥିଲେ। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଶରିକ୍ଙ୍କ ବାସଭବନରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି।
ସୂଚନାଯୋଗ୍ୟ, ମାଙ୍ଗାଲୁରୁରେ ଚଳନ୍ତା ଅଟୋରିକ୍ସାରେ ବିସ୍ଫୋରଣ ଘଟି ଡ୍ରାଇଭର ଓ ସନ୍ଦିଗ୍ଧ ଯାତ୍ରୀ ଶରିକ୍ ଗୁରୁତର ଆହତ ହୋଇଥିଲେ। ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୁକ୍ତ ଜଣେ ଅଜଣା ବ୍ୟକ୍ତିଙ୍କ ଆଧାର କାର୍ଡର ଦୁରୁପଯୋଗ କରି ମାଙ୍ଗାଲୁରୁରେ ଘରଭଡ଼ା ନେଇଥିଲେ ବୋଲି ପୋଲିସ କହିଛି। ଅଟୋରିକ୍ସା ବିସ୍ଫୋରଣ ଦୁର୍ଘଟଣା ନ ଥିଲା, ଗୁରୁତର କ୍ଷୟକ୍ଷତି କରାଇବା ଉଦ୍ଦେଶ୍ୟରେ ଏହା ଆତଙ୍କବାଦୀ କାର୍ଯ୍ୟ ଥିଲା ବୋଲି କର୍ନାଟକ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସ୍ପଷ୍ଟ କରିଛନ୍ତି।