Posted inଜାତୀୟ

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍‌

ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍‌ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣ ସାଧାରଣ ନ ଥିଲା। ଏଥିରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ରହିଥିବା ପାଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହିତ କର୍ନାଟକ ପୋଲିସ ଘଟଣାର ତଦନ୍ତ କରୁଥିବା ଡିଜିପି କହିଛନ୍ତି।

ଶନିବାର ସନ୍ଧ୍ୟାରେ ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ ଆହତ ହୋଇଥିଲେ। ତେବେ ଯାତ୍ରୀଙ୍କ ବ୍ୟାଗରେ ଥିବା ସନ୍ଦେହଜନକ ବସ୍ତୁ ବିସ୍ଫୋରଣର କାରଣ ବୋଲି ଆହତ ଅଟୋ ଡ୍ରାଇଭର କହିଛନ୍ତି। ଅନ୍ୟପକ୍ଷେ ପୋଲିସ ଅଟୋରିକ୍ସାରୁ ବ୍ୟାଟେରୀ ଥିବା ଏକ ପୋଡା ପ୍ରେସର କୁକର୍‌ ଜବତ କରିଛି ।

ଅନ୍ୟପକ୍ଷେ ବିସ୍ଫୋରଣରେ ଆହତ ଶାରିକ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ, ଆହତ ଶାରିକ୍‌ଙ୍କ ସହ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ଜଣାପଡିଛି। ଏଭଳିସ୍ଥତିରେ ପୋଲିସ ରବିବାର ମିସୁରୁଠାରୁ ୧୩ କି.ମି. ଦୂରରେ ଥିବା ମଦାହଲ୍ଲୀରେ ସେ ରହୁଥିବା ଭଡା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେତିକିବେଳେ ବୋମା ନିସ୍କିୟକାରୀ ଦଳ ମଧ୍ୟ ଉପସ୍ଥିତ ରହିଥିଲେ। ପୋଲିସ ସୂଚନା ମୁତାବକ, ସେ ଗତ ମାସରେ ମଦାହଲ୍ଲୀକୁ ଆସି ଏକ ଘର ଭଡା ନେଇ ରହୁଥିଲେ। ଏପରି କି ସେ ଘର ମାଲିକଙ୍କୁ ମୋବାଇଲ ମରାମତି ତାଲିମ ନେବାକୁ ଆସିଥିବା କହିଥିଲେ। ଅନ୍ୟପକ୍ଷେ ସେ କୋଏମ୍ବାଟୁରରୁ ଏକ ସିମ୍‌ କିଣିଛନ୍ତି। ହେଲେ ତାଙ୍କ ନାମରେ ଏହି ସିମ୍‌ ନ ଥିବା ଜଣା ଜଣାପଡିଛି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri