ମାଙ୍ଗାଲୁରୁ ,୨୩।୧୧: ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଅଭିଯୁକ୍ତ ଶରିକ୍ଙ୍କ ସହ ଆତଙ୍କବାଦ ସମ୍ପୃକ୍ତିର ପ୍ରମାଣ ମିଳିଥିବାବେଳେ ସେ ବିଟ୍କଏନ କାରବାର ଚଳାଇଥିଲେ ବୋଲି ଜଣାପଡ଼ିଛି। ଜାଲ୍ ପରିଚୟରେ ମହୀଶୂରରେ ରହୁଥିବା ଶରିକ୍ଙ୍କ ଘର ଶିବମୋଗା ଜିଲାର ଥିର୍ଥହାଲି ସହରର ସୋପୁଗୁଡ୍ଡେ ଅଞ୍ଚଳରେ। ଗତବର୍ଷ ଜାମିନ ପାଇବା ପରେ ସେ ଫେରାର ଥିଲେ। ଶିବମୋଗା ସାମ୍ପ୍ରଦାୟିକ ସଂଘର୍ଷରେ ମଧ୍ୟ ସେ ସାମିଲ ଥିଲେ ବୋଲି ପୋଲିସ କହିଛି। ସେ ଶିବମୋଗାରୁ ପଳାଇଯାଇ କୋଏମ୍ବାଟୁର୍ରେ ୩ ଦିନ ରହି କେରଳ ଯାଇଥିଲେ ଓ ପରେ ତାମିଲନାଡୁ ହୋଇ କର୍ନାଟକ ଫେରିଥିଲେ।