Categories: ଜାତୀୟ

କିଛି ମିନିଟ୍‌ରେ କୋଭିଶିଲ୍ଡର ଦୁଇଟି ଡୋଜ

ମାଙ୍ଗାଲୁରୁ,୩।୯: ୧୯ ବର୍ଷୀୟ ଦିନ ମଜୁରିଆଙ୍କୁ କିଛି ମିନିଟ୍‌ ବ୍ୟବଧାନରେ କୋଭିଶିଲ୍ଡ ଟିକାର ଦୁଇଟି ଡୋଜ ଦିଆଯାଇଛି। ଏଭଳି ଘଟଣା ଘଟିଛି କର୍ନାଟକର ଦକ୍ଷିଣ କନ୍ନଡ ଜିଲାର ସୁଲିଆ ତାଲୁକ ଟିକାକରଣ କେନ୍ଦ୍ରରେ। ଟିକା କେନ୍ଦ୍ରରେ ଅତ୍ୟଧିକ ଭିଡ଼ ଯୋଗୁ ଏଭଳି ଘଟଣା ଘଟିଛି। ଉକ୍ତ ବ୍ୟକ୍ତିଙ୍କଠାରେ ଏ ପର୍ଯ୍ୟନ୍ତ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ନାହିଁ।

ସୁଲିଆ ତାଲୁକର ସ୍ବାସ୍ଥ୍ୟ ଅଧିକାରୀ ଡ. ବି ନନ୍ଦକୁମାର କହିଛନ୍ତି, କୁଟେଲୁ ଗ୍ରାମର କେ ବି ଅରୁଣଙ୍କୁ କିଛି ମିନିଟ୍‌ର ବ୍ୟବଧାନରେ କୋଭିଶିଲ୍ଡର ଦୁଇଟି ଡୋଜ ନେଇଛନ୍ତି। ଏହାସତ୍ତ୍ୱେ ତାଙ୍କୁ ନିର୍ଦ୍ଧାରିତ ୮୪ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ।

ଟିକାର ପ୍ରଥମ ଡୋଜ ନେବା ପରେ ମଧ୍ୟ ନର୍ସଙ୍କ ପାଖରେ ବସି ରହିଥିଲେ ଅରୁଣ। ସେ ମୁହଁରେ ମାସ୍କ ଲଗାଇ ଥିବାରୁ ନର୍ସ ଜଣଙ୍କ ତାଙ୍କୁ ଜାଣି ନ ପାରି ଦ୍ୱିତୀୟ ଡୋଜ ଦେଇଥିଲେ। ଭୁଲ ଜାଣିବା ପରେ ଅରୁଣଙ୍କୁ ୨ରୁ ୩ ଘଣ୍ଟା ପାଇଁ ଟିକାକରଣ କେନ୍ଦ୍ର ପରିସରରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯିବା ପରେ ଘରକୁ ଛାଡ଼ି ଦିଆଯାଇଛି।

Share