ବେଙ୍ଗାଲୁରୁ,୨୬।୧୨: କର୍ନାଟକ ମାଙ୍ଗାଲୁରୁର କାଟିପାଲ୍ଲାରେ ଜଣେ ୪୫ ବର୍ଷୀୟ ଯୁବକଙ୍କ ହତ୍ୟା ପରେ ସୁରାଧକାଲ, ବାଜପେଳ କଭୁର ଏବଂ ପାନାମ୍ବୁର ଅଞ୍ଚଳରେ ଜିଲାପାଳ ୧୪୪ ଧାରା ଜାରି କରିଛନ୍ତି।
ରବିବାରଠାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ତେବେ ନୂଆ ବର୍ଷ ଅବସରରେ ଅଘଟଣ ଆଶଙ୍କା କରି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ମୃତକ ଜଲିଲ ଶନିବାର କାଟିପାଲ୍ଲାର ଏକ ଦୋକାନ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଜଲିଲଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତଙ୍କ ଚିହ୍ନଟ ହୋଇ ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।