ସିଦ୍ଧମଠ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ୍‌ ପଥର ଜବତ

ଯୋଡ଼ା,୭।୧: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥର ବନବିଭାଗ ଜବତ କରିଛି। ଜବତ ହୋଇଥିବା ସ୍ଥାନଟି ଏକ ଖଣି କମ୍ପାନୀର ଲିଜ୍‌ ଅଞ୍ଚଳ ବୋଲି ଜଣାପଡିଛି। ମାଙ୍ଗାନିଜ ପଥର ଚୋରା ଚାଲାଣ ହେଉଥିବା ନେଇ ବୁଧବାର ବନବିଭାଗର ମୋବାଇଲ ସ୍କ୍ବାଡ୍‌କୁ ଖବର ମିଳିଥିଲା। ଏନେଇ କର୍ମଚାରୀମାନେ ସହର ଉପକଣ୍ଠ ରଣାଶାଳ ଓ ବନେଇକଳା ବନାଞ୍ଚଳରେ ଚଢାଉ କରିଥିଲେ। ଚଢାଉ ବେଳେ କର୍ମଚାରୀମାନେ ୨୦ ମେଟ୍ରିକ୍‌ ଟନ ଉନ୍ନତ ମାନର ମାଙ୍ଗାନିଜ ପଥର ଜବତ କରିଥିଲେ। ଚଢାଉରେ ଏସିଏଫ୍‌ ଅଜୟ କୁମାର ସାହୁ, ଡେପୁଟି ରେଞ୍ଜର ପିତାମ୍ବର ନାଏକ, ଫରେଷ୍ଟର ବସନ୍ତ କୁମାର ମୁର୍ମୁ, କ୍ଷୀରୋଦ ଦାସ ପ୍ରମୁଖ ସାମିଲ ଥିଲେ ।

Share