ଆମ୍ବ ଟାକୁଆ ଖାଇ ମୃତ ଘଟଣା: ସାଧାରଣ ଚାଉଳ ବଣ୍ଟନ ଆରମ୍ଭ, ୨ ମୃତକଙ୍କ ଚାଉଳ ପାଇବା ପାଇଁ…

ଦାରିଙ୍ଗବାଡି, ୧।୧୧ (ଅରୁଣ ସାହୁ ): ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ ତତ୍ପର ହୋଇପଡିଛି । ଅକ୍ଟୋବର ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ତିନିମାସର ଚାଉଳ ବଣ୍ଟନ କାର୍ଯ୍ୟ ବ୍ରାହ୍ମଣୀଗାଁ ବହୁ ମୁଖି ସମବାୟ ସମିତି ପରିସର ମଧ୍ୟରେ ଶୁକ୍ରବାର ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ମାଣ୍ଡିପଙ୍କାରେ ଘଟଣା ପରେ ଚାଉଳ ବଣ୍ଟନ କରାଯାଇଥିଲେ ମଧ୍ୟ ମାଣ୍ଡିପଙ୍କା ଲୋକଙ୍କୁ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଶନିବାର ଚାଉଳ ମିଳିବା ପାଇଁ ସ୍ଥିର ହୋଇଛି।

ଆଜି ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରୀ ଏବଂ ଡାଙ୍ଗେସି ଗ୍ରାମର ହିତାଧିକାରୀଙ୍କୁ ଦିଆଯାଇଥିବା କୁହାଯାଇଛି। ସୂଚନାଥାଉ କି, ଲୋକଙ୍କ ଅଭିଯୋଗ ଅନୁସାରେ ମାଣ୍ଡିପଙ୍କା ଲୋକଙ୍କୁ ଚାଉଳ ମିଳିନଥିଲା। ଯାହାକି ଖବର ନେବାରୁ ଜଣାପଡିଛି ଯେ, ଜୁଲାଇ ମାସ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ମାସର ଚାଉଳ ମିଳିସାରିଥିଲା। କିନ୍ତୁ ଅକ୍ଟୋବର ଠାରୁ ମିଳିନଥିଲା। ଗଦାପୁରର ମାଣ୍ଡିପଙ୍କାର ହିତାଧିକାରୀଙ୍କୁ କିଛି ଜଣଙ୍କୁ ବ୍ରାହ୍ମଣୀଗାଁ ଓ ଆଉ କିଛି ହିତାଧିକାରୀଙ୍କୁ ଗଦାପୁରରେ ଏହି ସାଧାରଣ ବଣ୍ଟନ ଚାଉଳ ମିଳୁଛି। ବ୍ରାହ୍ମଣୀଗାଁରେ ମୃତ ରୁନୁ ମାଝୀ ଓ ରମିତା ପାଟମାଝିଙ୍କ ନାମ ରହିଥିବା ବେଳେ ଏବେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ଟୁନି ମାଝୀ ଏବଂ ଜୀବନ୍ତି ମାଝୀଙ୍କ ନାମ ମଧ୍ୟ ରହିଛି ଯେଉଁମାନେ ଏବେ ପର୍ଯ୍ୟନ୍ତ ଅକ୍ଟୋବର ମାସର ଚାଉଳ ମିଳିନଥିବା ଜଣାପଡିଛି


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

Pahalgam Terror Attack: ପାକ୍‌କୁ ବଡ଼ ଧମକ ଦେଲା ଭାରତ, ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏହାରି ଭିତରେ ସବୁଠୁ ବଡ଼ ଖବର ହେଉଛି, ଭାରତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ...

ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର,୨୪।୪(ସୁଚିସ୍ମିତା ସାହୁ): ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ...

ମାଙ୍କଡ ଡେଇଁଚି, ସମୟ କହିପାରିବୁନି; ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଲୋକେ ଛଟପଟ

ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ...

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର

ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

ଢେଙ୍କାନାନ ପୋଲିସ -ଅପରାଧି ଗୁଳି ବିନିମୟ , କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗ ସଦସ୍ୟ ଆହତ

ଢ଼େଙ୍କାନାଳ,୨୪।୪(ରତନ ନାୟାର): ଢେଙ୍କାନାଳ ପୋଲିସ ଓ ଜଣେ ଦୂର୍ଦ୍ଧଷ ଅପରାଧି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜିଲାର...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image