ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ ଆମ୍ବଗଛ ଉପୁଡି ପଡିବାରୁ ଶାନ୍ତି ଦଳବେହେରା ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ୭ ବର୍ଷର ପୁଅ ରାମ ଆହତ ହୋଇଛନ୍ତି।

ଉଭୟ ମା’, ପୁଅ ଗଛ ତଳେ ଚାପି ହୋଇ ରହିଥିବା ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶାନ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଶାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତ ଦୁଇଦିନ ହେଲା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଥିଲା। ହେଲେ ଶାନ୍ତିଙ୍କ ଘରକୁ ଲାଗି ଥିବା ଏକ ପୁରାତନ ଶୁଖିଲା ଆମ୍ବଗଛ ମୂଳ ମାଟି ବତୁରି ଦୋହଲି ଯାଇଥିଲା। ହେଲେ ସେଥିପ୍ରତି କାହାରି ନଜର ପଡି ନ ଥିଲା। ଗୁରୁବାର ସକାଳ ପ୍ରାୟ ସାଢ଼େ ୭ରେ ମା’ ପୁଅ ଘରେ ଥିବା ବେଳେ ଗଛଟି ମୂଳରୁ ଉପୁଡ଼ି ଘର ଉପରେ ପଡ଼ିଯାଇଥିଲା। ଫଳରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଗଛର ଏକ ବଡ଼ ଡାଳ ମାଡ଼ରେ ଉଭୟେ ଆହତ ହୋଇଥିଲେ। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିଛନ୍ତି। କ୍ଷତିଗ୍ରସ୍ତ ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ...

ବିଧାନସଭା ବାହାରେ ପୁଣି ଘଣ୍ଟ ପିଟିଲା କଂଗ୍ରେସ

ଭୁବନେଶ୍ୱର,୨୯।୩(ରବିନାରାୟଣ ଜେନା): ବିଧାନସଭା ଗୃହ ଭିତରେ ଘଣ୍ଟ ମାଡ଼କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବିତ ହେବା ପରେ ଶୁକ୍ରବାର ପୁଣି ବିଧାନସଭା ବାହାରେ ଘଣ୍ଟମାଡ଼ କରିଛନ୍ତିି।...

ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ

ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି।...

ଆବାସିକ ଅଞ୍ଚଳରେ ସିଏନ୍‌ଜି ଷ୍ଟେଶନ ନିର୍ମାଣକୁ ଝଟକା

ଭୁବନେଶ୍ୱର, ୨୯ା୩ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ କାନନବିହାର ଫେଜ୍‌-୧ସ୍ଥିତ ଆବାସିକ ଅଞ୍ଚଳରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ନିର୍ମାଣ ହେଉଥିବା ସିଏନ୍‌ଜି...

ଆଜି ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ

ପୁରୁଣା ଭୁବନେଶ୍ବର,୨୯ା୩(ସୁବାସ ଚନ୍ଦ୍ର ପ୍ରଧାନ): ୨୦୨୫-୨୬ବର୍ଷ ପାଇଁ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହିକ୍ରମରେ ଭୁବନେଶ୍ୱର ବାର୍‌ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ...

ଓଡ଼ିଶାରେ ୫୦ ବର୍ଷ ଯାଏ ରହିବ ଭାଜପା ସରକାର: ଭବିଷ୍ୟବାଣୀ କଲେ ହିମନ୍ତ

ଭୁବନେଶ୍ୱର, ୨୯ା୩(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଛତିଶଗଡ଼ ବିଧାନସଭାର...

୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image