ଫଳ ଭିତରେ ରାଜା ଆମ୍ବ। ଏହି ଫଳକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଭାରତରେ ଅତି ସହଜରେ ସବୁ ସ୍ଥାନରେ ଆମ୍ବ ମିଳିଥାଏ। କେଉଁଠି ଠେଲାରେ ତ ଆଉ କେଉଁଠି ଫଳ ବିକ୍ରି ହୋଇଥାଏ। କିନ୍ତୁ ଦୁବାଇରେ ଆମ୍ବ ପାଇଁ ଅର୍ଡର କରିବାକୁ ପଡ଼ିଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ୩ କୋଟି ମୂଲ୍ୟର ଏକ ଲମ୍ବୋର୍ଗିନି କାରରେ ଆମ୍ବ ହୋମ ଡେଲିଭରି ହେଉଛି। ଯେଉଁ ସୁପରମାର୍କେଟରେ ଏହି ଆମ୍ବ ଅର୍ଡର ହେଉଛି ତା’ର ମ୍ୟାନେଜର ମହମ୍ମଦ ଜେହାନଜେବ ନିଜେ ଏହାର ଡେଲିଭରି କରୁଛନ୍ତି।
ମହମ୍ମଦ ଜେହାନଜେବ ଜୁନ୍ ୧୮ରୁ ଫେସ୍ବୁକ୍ ପେଜ୍ରେ ‘ମ୍ୟାଙ୍ଗୋ ଇନ୍ ଲମ୍ବୋର୍ଗିନି’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ପାଇଁ ସେ ଏପରି କରୁଥିବା କହିଛନ୍ତି। ବର୍ତ୍ତମାନ ଗୋଟିଏ ଦିନରେ ୭-୮ଜଣଙ୍କ ଘରେ ପହଞ୍ଚାଯାଉଛି। ଆଗକୁ ଏହି ସଂଖ୍ୟା ୧୨କୁ ବୃଦ୍ଧି କରାଯିବାକୁ ମହମ୍ମଦ ଆଶା ରଖିଥିବା କହିଛନ୍ତି।