ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ ୫୦ ହଜାର ମେଟ୍ରିକ୍‌୍‌ ଟନ ଆମ୍ବ ଢେଙ୍କାନାଳରୁ ଉପତ୍ାଦିତ ହୋଇଥାଏ। ଏହି ଆମ୍ବ ଦିଲ୍ଲୀ, ଛତିଶଗଡ଼, କଲିକତା, ବିହାର, ଉତ୍ତରପ୍ରଦେଶ ସମେତ ବାହାର ଦେଶ ବାଂଲାଦେଶ ଓ ଦୁବାଇକୁ ମଧ୍ୟ ରପତ୍ାନି ହୋଇଥାଏ। ଜିଲାରେ ୧୦ ହଜାର ହେକ୍ଟର ଜମିରେ ଆମ୍ବଚାଷ ହେଉଛି। ହେଲେ ଚଳିତବର୍ଷ ଆମ୍ବ ଚାଷକୁ ବିପଦ ମାଡ଼ିଆସିଛି। ରେଡ୍‌ବ୍ୟାଣ୍ଡ୍‌ ନାମକ ପୋକ ଆମ୍ବ ଫସଲକୁ ପ୍ରାରମ୍ଭରୁ ପ୍ରଭାବିତ କରିଛି। ଏପରି କି ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଆମ୍ବ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଫଳ ଚାଷ ବୀମା ବ୍ୟବସ୍ଥା କଲେ ରୋଗପୋକ ଯୋଗୁ ପ୍ରଭାବିତ ହେଉଥିବା ଫଳ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଚାଷୀମାନେ ଦାବି କରିଛନ୍ତି।
୨୦୨୨ରେ ଆମ୍ବଚାଷରେ ଏହି ପୋକ ସଂକ୍ରମଣ ଉତ୍ତରପ୍ରଦେଶ ଓ ବିହାର ରାଜ୍ୟରେ ଦେଖାଦେଇଥିଲା। ଚଳିତବର୍ଷ ଏହା ଓଡ଼ିଶାର ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଆଦି ଜିଲାକୁ ବ୍ୟାପୁଥିବା ଆମ୍ବ ଚାଷୀମାନେ କହିଛନ୍ତି। ଏହାକୁ ନେଇ କେବଳ ଆମ୍ବ ଚାଷୀ ନୁହନ୍ତି, ଉଦ୍ୟାନ ବିଭାଗ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିିଯାଇଛନ୍ତି। ବିଶେଷକରି ଏହି ନୂଆ ପ୍ରଜାତିର ପୋକ କଷି ଆମ୍ବରେ ଦେଖାଯାଉଛି। ବହୁ ପ୍ରକାର କୀଟନାଶକ ପ୍ରୟୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନି। ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହି କାରଣରୁ ଚଳିତବର୍ଷ ଢେଙ୍କାନାଳ ଜିଲାରେ ଆମ୍ବଚାଷ ପ୍ରଭାବିତ ହେବା ସହିତ ବିଭିନ୍ନ ରାଜ୍ୟ ଓ ବିଦେଶକୁ ଆମ୍ବ ରପତ୍ାନି ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ବ୍ଲକ ମୋଟରୀ ଓ ବିମ୍ବୋଳ ଅଞ୍ଚଳର ଆମ୍ବ ଚାଷୀ ପ୍ରଦୋଷ ମହାପାତ୍ର କହିଛନ୍ତି, ୧୫ ଏକର ଜାଗାରେ ଆମ୍ବଚାଷ କରିଛି। ଚଳିତବର୍ଷ ଏକ ଭିନ୍ନ ପ୍ରଜାତିର ପୋକ ଆମ୍ବ ଫସଲକୁ ଆରମ୍ଭରୁ ନଷ୍ଟ କରିସାରିଲାଣି। ପାଖାପାଖି ୮୦ ପ୍ରତିଶତ ଆମ୍ବ ଚଣା ଅବସ୍ଥାରେ ନଷ୍ଟ ହେଲାଣି। ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଅଞ୍ଚଳର ୨୦ ଏକରରେ ଆମ୍ବଚାଷ କରିଥିବା ଚାଷୀ ବିଶ୍ୱଜିତ ଆର୍ଯ୍ୟେନ୍ଦୁ ଜେନା କହିଛନ୍ତି, ୪ ଥର କୀଟନାଶକ ପକାଇବା ପରେ ମଧ୍ୟ ସୁଫଳ ମିଳୁନାହିଁ। ଏ ସଂକ୍ରାନ୍ତରେ ଜିଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ କହିଛନ୍ତି, ଏଭଳି ପୋକ ବହୁବର୍ଷ ପୂର୍ବରୁ ଆମ୍ବରେ ହେଉଥିଲା। ଏହାକୁ ରେଡ୍‌ବ୍ୟାଣ୍ଡ୍‌ ପୋକ ବୋଲି କୁହାଯାଏ। ଏହି ପୋକର ସଂକ୍ରମଣ ଦ୍ରୁତଗତିରେ ବଢ଼ିବ। ମାଟି ଭିତରୁ ଏହି ପୋକ ବାହାରିଛି। ଏଥିପାଇଁ ଇମାମାକ୍‌ଟିନ୍‌ ବେଜୈଏଟ୍‌ କୀଟନାଶକ ସିଞ୍ଚନ ତୁରନ୍ତ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ୧ ଲିଟର ପାଣିରେ ୨ ଗ୍ରାମ ଔଷଧ ପକାଯିବା ଆବଶ୍ୟକ। ଏଥିସହ ଆମ୍ବ ବଗିଚା ସଫାସୁତରା ରଖିବା, କୀଟନାଶକ ସିଞ୍ଚନ ପରେ ପଡ଼ିଯାଉଥିବା ପୋକଗୁଡ଼ିକୁ ତୁରନ୍ତ ପୋଡ଼ିଦେବାକୁ କୁହାଯାଇଛି। ଢେଙ୍କାନାଳ ମହିଷାପାଟସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା: ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ମାଲକାନଗିରି,୧୦।୧(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ତେଲଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି...

ଆଜି କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ

ଝାରସୁଗୁଡ଼ା,୧୦।୧(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଶୁକ୍ରବାର ହେବ। ଏହି ପରିପ୍ରେକ୍ଷୀରେ ଗୁରବାର ସକାଳେ ସମିତି ସଭ୍ୟ, ସରପଞ୍ଚ...

ନଦୀକୁ ଖସିଲା ଟୁରିଷ୍ଟ୍‌ ବସ: ଜଣେ ମୃତ, ୪ ଗୁରୁତର

ନୟାଗଡ,୧୦।୧: ନୟାଗଡ଼ ପୋଲିସ ଜିଲା ଚାନ୍ଦପୁର ଥାନା ଖଣ୍ଡିସ ପୋଲ ନିକଟରେ ସୁରକ୍ଷା ପ୍ରାଚୀର ଭାଙ୍ଗି ନଦୀ ଭିତରକୁ ଗୁରୁବାର ବିଳମ୍ବିତ ରାତିରେ ଟୁରିଷ୍ଟ ବସ...

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

ଝାରସୁଗଡା,୧୦।୧: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ...

ପକ୍ଷୀ ସଂରକ୍ଷଣକୁ ଗୁରୁତ୍ୱ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ପକ୍ଷୀ ସଂରକ୍ଷଣ ପାଇଁ ଛାତ୍ରାବସ୍ଥାରୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜନତା ହାଇସ୍କୁଲରେ ବୁଧବାର ଜାତୀୟ...

ବାଲ୍‌ ଧନୁଯାତ୍ରାରେ କଂସ ରାଜୁତି ଆରମ୍ଭ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଗୁରୁବାର ସନ୍ଧ୍ୟାରେ ବାଲ୍‌ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଜିଲାପାଳ ଆଦିତ୍ୟ...

ରାଧାକୃଷ୍ଣଙ୍କ ନାବକେଳି, କଂସ ବ୍ୟସ୍ତ ବିବ୍ରତ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବର ଗୁରୁବାର ସପ୍ତମ ଦିବସରେ ସ୍ଥାନୀୟ ମନାବନ୍ଧ (ଜଳାଶୟ)ରେ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଅଭିନୀତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ରାଧାକୃଷ୍ଣ ମନାବନ୍ଧରେ...

ଅଳିଆ ଗନ୍ଧରେ ଫାଟୁଛି ସିମନବାଡି: ପଥଚାରୀ ଅସନ୍ତୁଷ୍ଟ

ଦାରିଙ୍ଗବାଡି,୯।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କ ସୁବିଧା ଓ ପଥଚାରୀଙ୍କ ବିଶ୍ରାମ ପାଇଁ ପଞ୍ଚାୟତ ପକ୍ଷରୁ ଏବେ ପଦକ୍ଷେପ ନିଆଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri