ଆମ୍ବ, ତରଭୁଜ ଆଉ ଦେଖିବାକୁ ମିଳିବନି, କମୁଛି ପରାଗ ସଙ୍ଗମ, ଭାରତ ପାଇଁ ସଙ୍କଟ…

ଲଣ୍ଡନ,୧୯।୧୦ : ଜଳବାୟୁ ପରିବର୍ତ୍ତନ ଏବଂ ଚାଷ ଜମି ବ୍ୟବହାରରେ ପରିବର୍ତ୍ତନ ଯୋଗୁ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ୬୧.୧ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଆମ୍ବ, ତରଭୁଜ, କଫି ଏବଂ କୋକୋ ଭଳି ଟ୍ରପିକାଲ ଫସଲ ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି।

ଲଣ୍ଡନ ବିଶ୍ୱବିଦ୍ୟାଳୟ ଏବଂ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ମୋଟ ଉତ୍ପାଦନ ଦୃଷ୍ଟିରୁ ଏହା ଚାଇନା, ଭାରତ, ଇଣ୍ଡୋନେସିଆ, ବ୍ରାଜିଲ ଏବଂ ଫିଲିପାଇନ୍ସ ଆଦି ଦେଶର ଉତ୍ପାଦନ ପାଇଁ ଅଧିକ ସଙ୍କଟ ସୃଷ୍ଟି ହୋଇଛି।

ଚାଇନାରେ ତରଭୁଜ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେଉଥିବାବେଳେ ଭାରତରେ ଆମ୍ବ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ବିଶେଷ ଭାବରେ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା କମିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏହା ଜାରି ରହିଲେ ଆଗାମି ଦନେୀ ଆମ୍ବ ତରଭୁଜ ଆଉ ଦେଖିବାକୁ ମିଳିବ ନାହିଁ। ଏଥି ସହିତ ଆଫ୍ରିକାରେ କୋକୋ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ସର୍ବାଧିକ ରହିଛି। ବିଶ୍ୱରେ ପ୍ରାୟ ପାଞ୍ଚ କୋଟି ଲୋକଙ୍କ ପାଇଁ କୋକୋ ଉତ୍ପାଦନ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ।

ଗବେଷକମାନେ ବିଶ୍ୱସ୍ତରରେ ୧,୫୦୭ ଅଞ୍ଚଳରୁ ଫସଲ ଏବଂ କୀଟନାଶକ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ୩,୦୮୦ ପ୍ରଜାତିର ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗ ଚିହ୍ନଟ କରାଯାଇଥିଲା। ଅଧ୍ୟୟନରେ, ଗବେଷକମାନେ ଜଟିଳ ପ୍ରଭାବ ଏବଂ ପାରସ୍ପରିକ କ୍ରିୟା ଆବିଷ୍କାର କରିଛନ୍ତି ଯାହା ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଏବଂ ଜମି ବ୍ୟବହାର ପରିବର୍ତ୍ତନ କୀଟପତଙ୍ଗଙ୍କ ଜୈବ ବିବିଧତା ଉପରେ ପଡିଛି ।

କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ମୁଖ୍ୟତଃ ସେମାନଙ୍କ ବାସସ୍ଥାନ ନଷ୍ଟ କରିବା, ଜମି ବ୍ୟବହାରରେ ପରିବର୍ତ୍ତନ, ସାର ଏବଂ କୀଟନାଶକ ଅତ୍ୟଧିକ ବ୍ୟବହାର ଭଳି କାରଣ ଦର୍ଶାଯାଇଛି। ଅଧ୍ୟୟନର ଫଳାଫଳ ଅନ୍ତର୍ଜାତୀୟ ଜର୍ନାଲ ସାଇନ୍ସ ଆଡଭାନ୍ସରେ ପ୍ରକାଶ ପାଇଛି ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା କମିବା ଦ୍ୱାରା ପ୍ରାୟ ୨୯.୫ ଲକ୍ଷ କୋଟି ଟଙ୍କାର କ୍ଷତି ହେବ। ଏଥି ସହିତ, ବିଶ୍ୱର ପ୍ରାୟ ୨୦୦ କୋଟି କ୍ଷୁଦ୍ର ଚାଷୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ।

ବେଙ୍ଗାଲୁରୁର ନ୍ୟାଶନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସର ବୈଜ୍ଞାନିକମାନେ ବିଭିନ୍ନ ଅଞ୍ଚଳରେ ଏସୀୟ ମହୁମାଛିଙ୍କ ଉପରେ ବାୟୁ ପ୍ରଦୂଷଣ ସ୍ତରର ପ୍ରଭାବକୁ ଆକଳନ କରିଛନ୍ତି। ଏହା ଦେଖାଯାଇଛି ପ୍ରଦୂଷିତ କୀଟପତଙ୍ଗଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।

Share