ସାଉଥ୍‌ ଫିଲ୍ମ ନିର୍ମାତା ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୧୯।୭: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାଁକରା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ ପଜିଟିଭ ମିଳିବା ପରେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ଘରୋଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ହସ୍ପିଟାଲର ଡାକ୍ତର ମଣି ରତ୍ନମ୍‌ଙ୍କ ବୁଲେଟିନ୍‌ ଜାରି କରିନାହାନ୍ତି। ଅନ୍ୟପଟେ ତାଙ୍କ ପତ୍ନୀ ସୁହାସିନି ମଧ୍ୟ ଏନେଇ ଅଧିକ ତଥ୍ୟ କିଛି ଦେଇନାହାନ୍ତି। ସୂଚନା ମୁତାବକ, ମଣି ରତ୍ନମ୍‌ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ ୍ମ‘ପୋନିୟିନ ସେଲ୍‌ଭାନ’ରେ କାମରେ ବ୍ୟସ୍ତ ରହୁଛନ୍ତି। ଗତ କିଛି ଦିନରୁ ତାଙ୍କର ସମସ୍ୟା ଥମିବାର ନାଁ ଧରୁନି। ନିକଟରେ ତାଙ୍କ ଫିଲ୍ମ ପୋନିୟିନ ସେଲ୍‌ଭାନକୁ ନେଇ ବିବାଦ ଦେଖାଦେଇଥିଲା। ଏଥିଯୋଗୁ ସେ ଆଇନଗତ ଅସୁବିଧାରେ ମଧ୍ୟ ପଡ଼ିଥିଲେ। ତାଙ୍କ ବିରୋଧରେ ଚୌଲ ରାଜବଂଶକୁ ଭୁଲ ଢ଼ଙ୍ଗରେ ପ୍ରଦର୍ଶିତ କରିଥିବା ଅଭିଯୋଗ ହୋଇଥିଲା। ଇତିମଧ୍ୟରେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ପଜିଟିଭ ଖବର ଆସିବା ପରେ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Share