Advertisement
Categories: ଜାତୀୟ

ମାଣିକ ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ଅଗରତାଲା,୬।୩: ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ମାଣିକ ଶାହା। ସୋମବାର ଭାଜପା
ବିଧାୟକ ଦଳ ବୈଠକରେ ମାଣିକଙ୍କ ନାମ ଘୋଷଣା କରାଯାଇଛି। ତେବେ ମାଣିକ ଶାହା ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

୬୦ ଆସନ ବିଶିଷ୍ଟ ବିଧାନସଭାରେ ୩୨ଟି ସିଟ୍‌ ଜିତି ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଏହାର ସହଯୋଗୀ ଦଳ ଆଇପିଏଫଟି ଗୋଟିଏ ଆସନ ଜିତିଛି। ଫେବୃୟାରୀ ୧୬ରେ ରାଜ୍ୟ ସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ମାର୍ଚ୍ଚ ୨ରେ ଫଳାଫଳ ଘୋଷଣା କରାଯାଇଥିଲା॥

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share