Categories: ଜାତୀୟ

ମାଣିକ ସାହା ହେବେ ତ୍ରିପୁରାର ନୂଆ ମୂଖ୍ୟମନ୍ତ୍ରୀ…

ଅଗରତାଲା, ୧୪।୫ : ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପେର ତ୍ରିପୁରାରେ ସର୍ବସମ୍ମତିକ୍ରମେ ମାଣିକ ସାହାଙ୍କୁ ଶାସକ ଦଳର ନେତା ଭାବେ ଚୟନ କରାଯାଇଛି। ସେ ଖୁବ୍‌ ଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶନିବାର ଶାସକ ଦଳ ବିଧାୟକମାନେ ମାଣିକଙ୍କୁ ନେତା ଭାବେ ସ୍ବୀକାର କରିଛନ୍ତି।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଭୁପେନ୍ଦ୍ର ଯାଦବ ଏବଂ ଭାଜପା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ମାଣିକଙ୍କୁ ନେତା ବଛାଯାଇଛି।

ଏକ ବର୍ଷ ଧରି ବିପ୍ଲବ ଦେବଙ୍କ ବିରୋଧରେ ବହୁ ବିଧାୟକଙ୍କ ଅସନ୍ତୋଷ ବଢ଼ି ଚାଲିଥିଲା। ଗତ ବର୍ଷ ଜୁନ ମାସରେ ବିପ୍ଲବ ଦେବଙ୍କ ବିରୋଧରେ ଅଭିଯୋଗ କରିବାକୁ ବିଧାୟକଙ୍କ ଏକ ଦଳ ଦିଲ୍ଲୀ ଯାଇଥିଲେ। ତେବେ ହାଇକମାଣ୍ଡ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ଏବଂ ରାଜ୍ୟ ଦାୟିତ୍ୱରେ ଥିବା ବିନୋଦ ସୋନକରଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା।

Share