ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିବେ। ବିବେକାନନ୍ଦ ଷ୍ଟାଡିୟମରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ ୧୦.୪୫ସୁଦ୍ଧା ଅଗରତାଲାଠାରେ ପହଞ୍ଚିବେ ବୋଲି ଜଣାପଡିଛି।
୬୦ ଆସନ ବିଶିଷ୍ଟ ବିଧାନସଭାରେ ୩୨ଟି ସିଟ ଜିତି ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଏହାର ସହଯୋଗୀ ଦଳ ଆଇପିଏଫଟି ଗୋଟିଏ ଆସନ ଜିତିଛି। ଫେବୃୟାରୀ ୧୬ରେ ରାଜ୍ୟ ସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ମାର୍ଚ୍ଚ ୨ରେ ଫଳାଫଳ ଘୋଷଣା କରାଯାଇଥିଲା।