ନୂଆଦିଲ୍ଲୀ,୧୫।୯: ଦୋହାରେ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ୍ ଟେବୁଲ ଟେନିସ ଚାମ୍ପିୟନଶିପରୁ ବାଦ୍ ପଡ଼ିଛନ୍ତି ଭାରତର ମନିକା ବାତ୍ରା। ରାଷ୍ଟ୍ରୀୟ ଶିବିରରେ ଯୋଗ ଦେଇନଥିବାରୁ ଶୃଙ୍ଖଳାଗତ କାରଣରୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି।
ସୂଚନା ଅନୁସାରେ, ଜାତୀୟ ଶିବିରରେ ଯୋଗ ଦେଇନଥିବା ଖେଳାଳୀଙ୍କୁ ଚୟନ କରାଯିବ ନାହିଁ ବୋଲି ପୂର୍ବରୁ ଭାରତୀୟ ଟେବୁଲ ଟେନିସ ମହାସଂଘ ସ୍ପଷ୍ଟ କରଥିଲା। ମନିକାଙ୍କ ବଦଳରେ ସୁତୀର୍ଥ ମୁଖାର୍ଜୀ ଦଳର ନେତୃତ୍ୱ ନେବେ।