ମୁମ୍ବାଇ: ‘ମାନିକେ ମାଗେ ହିତେ’ ଗାଇ ଚର୍ଚ୍ଚାରେ ଥିବା ଶ୍ରୀଲଙ୍କା ଗାୟିକା ୟୋହାନି ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୋସିଆଲ ମିଡ଼ିିଆରେ ତାଙ୍କ ଗୀତ ଭାଇରାଲ ହେଉଛି। ସମସ୍ତେ ତାଙ୍କ ଗୀତକୁ ବେଶ୍ ପସନ୍ଦ କରୁଛନ୍ତି। ସେ ସେନସେସନ ଗାର୍ଲ ପାଲଟିଥିବା ବେଳେ ଏବେ ବଲିଉଡ୍ରେ ଡେବ୍ୟୁ କରିବେ । ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କ ଫିଲ୍ମ ’ଥ୍ୟାଙ୍କ୍ ଗଡ’ରେ ସେ ‘ମାନିକେ ମାଗେ ହିତେ’ ଟ୍ରାକ୍କୁ ହିନ୍ଦି ଭର୍ସନରେ କଣ୍ଠ ଦେବେ ବୋଲି ଜଣାପଡିଛି। ଏନେଇ ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ, ୟୋହାନିଙ୍କ ଗୀତ ଏକ ସୁପରହିଟ୍ ଟ୍ରାକ୍ ହୋଇପାରିଛି।
ତେବେ ଖୁବ୍ଶୀଘ୍ର ଏହାର ଟ୍ରାକ୍ ପ୍ରସ୍ତୁତ କରାଯାଇ ଶୁଟିଂ ଆରମ୍ଭ କରାଯିବ। ଆଗାମୀ ବର୍ଷ ଏହା ରିଲିଜ୍ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା ନିର୍ଦ୍ଦେଶକ କହିଛନ୍ତି । ତେବେ ଏହାକୁ ନେଇ ୟୋହାନି ବେଶ୍ ଖୁସି ଅଛନ୍ତି।