Advertisement

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସମସ୍ୟା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୁରାତନ ଛାତ୍ର ସଂଘର ଦାବିପତ୍ର

ଭବାନୀପାଟଣା,୧୫ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଶୁକ୍ରବାର ପୁରାତନ ଛାତ୍ରସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭବାନୀପାଟଣା ସର୍କିଟ ହାଉସଠାରେ ମନ୍ତ୍ରୀଙ୍କୁ କର୍ମକର୍ତ୍ତାମାନେ ସାକ୍ଷାତ କରି ବିଶ୍ବବିଦ୍ୟାଳୟରେ ହେଉଥିବା ଅନିୟମିତତା ଉପରେ କାର୍ଯ୍ୟାନୁଷ୍ଠାନ ସହ ଶୀଘ୍ର ନୂତନ କୁଳପତି ନିଯୁକ୍ତି ପାଇଁ ନିବେଦନ କରଥିଲେ। ତେବେ ଭୁବନେଶ୍ବର ଗଲାପରେ ଏହା ଉପରେ ସମୀକ୍ଷା ବୈଠକ କରି ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ସଂଘର ଉପଦେଷ୍ଟା ଜଗନ୍ନାଥ ମୁଣ୍ଡ, ପୁରାତନ ଛାତ୍ରସଂଘ ସମ୍ପାଦକ ଅବିନାଶ ଠାକୁର, ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ବରିଷ୍ଠ ଖବରଦାତା ପ୍ରଶାନ୍ତ ପଣ୍ଡା, ପୂର୍ବତନ ଛାତ୍ରସଂସଦ ସଭାପତି ପ୍ରଦୀପ ମୁଣ୍ଡ, ଅଜିତ ସାହୁ, ପୂର୍ବତନ ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଚିତ୍ତରଞ୍ଜନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share