Categories: ବାଣିଜ୍ୟ

ମଣିପାଲ ହସ୍ପିଟାଲର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୧୭।୮: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ମଣିପାଲ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ସହ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି। ଏପରିକି ବିଭିନ୍ନ ପ୍ରକାର ପେଟରୋଗ ଏବଂ ପ୍ରାଥମିକ ସ୍ତରରେ ପେଟରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନ୍‌ସର ଚିହ୍ନଟ ଏବଂ ଏହାର ସଫଳ ଚିକିତ୍ସା ପାଇଁ ଏଠାରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍‌ ମେଶିନ ଅଲିମ୍ପସ ଏଭିସ୍‌୧ ଏବଂ ଏଣ୍ଡୋସ୍କୋପିକ୍‌ ଅଲ୍‌ଟ୍ରାସାଉଣ୍ଡ ଇୟୁ-ମି୩ ମେଶିନ ଏହା ସହ ଯେଉଁ ବ୍ୟକ୍ତିଙ୍କ ଖାଦ୍ୟଜନିତ ଅସୁବିଧା ସୃଷ୍ଟି ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ଖାଦ୍ୟନଳୀ, ପେଟ ଏବଂ କୋଲୋନିକ୍‌ କର୍କଟ ପାଇଁ ଏଣ୍ଡୋସ୍କୋପିକ୍‌ ସବ୍ମୁକୋସାଲ ଡିସେକ୍ସନ ଏବଂ ଆଚାଲାସିଆ କାର୍ଡିଆର ସଫଳ ଚିକିତ୍ସା ପାଇଁ ପେରୋରାଲ ଏଣ୍ଡୋସ୍କୋପିକ୍‌ ମାୟୋଟୋମି ପ୍ରଚଳନ କରିଛି। ଏ ସମ୍ପର୍କରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର କହିଛନ୍ତି, ସମୟ ସହ ଚିକିତ୍ସା ବିଜ୍ଞାନରେ ଉନ୍ନତି ହୋଇଛି। ଏପରିକି ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି। ଏହି ଅତ୍ୟାଧୁନିକ ଏଣ୍ଡୋସ୍କୋପି ପ୍ରଣାଳୀର ଚିକିତ୍ସା ନିଶ୍ଚିତ ଭାବେ ରୋଗୀଙ୍କୁ ପ୍ରାଥମିକ ସ୍ତରରେ ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର ସମେତ ଅନ୍ୟାନ୍ୟ ପେଟରୋଗର ସଫଳ ଚିକିତ୍ସାରେ ସହାୟକ ହେବ। ଆଗାମୀ ଦିନରେ ମଣିପାଲ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ସମସ୍ତ ବିଭାଗକୁ ଅପ୍‌ଗ୍ରେଡ୍‌ କରିବା ସହ ଏହାକୁ କେବଳ ଓଡ଼ିଶାରେ ନୁହେଁ, ପୂର୍ବ ଭାରତର ମଧ୍ୟ ଏକ ଅଗ୍ରଣୀ ହସ୍ପିଟାଲ ଭାବେ ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି।

Share