Categories: ଜାତୀୟ

ହିଂସା ପରେ ପ୍ରଥମ ଥର ବସିବ ବିଧାନସଭା ଅଧିବେଶନ, କୁକି ସମ୍ପ୍ରଦାୟର ବିଧାୟକ ଅଧିବେଶନକୁ କଲେ ବର୍ଜନ

ଇମ୍ଫାଲ,୨୯।୮: ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକଚୋମ ସତ୍ୟବ୍ରତ ସିଂ କହିଛନ୍ତି ଯେ, ଏକ ଦିନିଆ ବିଧାନସଭା ଅଧିବେଶନରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହେବ। ଏହି ସମୟ ମଧ୍ୟରେ କୌଣସି ପ୍ରଶ୍ନକାଳ କିମ୍ବା ବ୍ୟକ୍ତିଗତ ସଦସ୍ୟଙ୍କ ପ୍ରସ୍ତାବ ଅଣାଯିବ ନାହିଁ।

ଅଧିବେଶନ ସମ୍ପର୍କରେ କଂଗ୍ରେସ ଦଳ କହିଛି ଯେ, ଏହି ଅଧିବେଶନ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ନୁହେଁ। ସୂଚନାଯୋଗ୍ୟ, କୁକି-ଜୋମି ଆଦିବାସୀ ସଂଗଠନ ଗୋଟିଏ ଦିନିଆ ଅଧିବେଶନକୁ ପ୍ରତ୍ୟାହାର କରିଛନ୍ତି ଏବଂ କୁକି-ଜୋମି ସମ୍ପ୍ରଦାୟର ୧୦ ବିଧାୟକ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ। ତେବେ ନାଗା ବିଧାୟକଙ୍କ ଅଧିବେଶନରେ ଯୋଗଦେବାର ସମ୍ଭାବନା ରହିଛି।

Share