Categories: ଜାତୀୟ

ପୁଣି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ: ‘୫୬ ଇଞ୍ଚର ଛାତି ଥିଲେ ଗୃହରେ ଆସି ଜବାବ ଦିଅନ୍ତୁ’

ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି। ସୁପ୍ରିମକୋର୍ଟଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଏହି ମାମଲା ସଂସଦରେ ଉଠାଇବା ସହ ପ୍ରଧାନମନ୍ତ୍ରୀ ଜବାବ ରଖନ୍ତୁ ବୋଲି ଦାବି ରଖୁଛନ୍ତି। ଏହି କ୍ରମରେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

ଦଳର ଏମ୍‌ପି ରଞ୍ଜିତ ରଞ୍ଜନ କେନ୍ଦ୍ର ସରକାର ବିରୋଧୀଙ୍କ ପ୍ରଶ୍ନକୁ ଡରନ୍ତି। ଏମିତିରେ ନିଜ ମନ୍ତ୍ରୀମାନଙ୍କୁ ଆଗକୁ ଆଣି ବଞ୍ଚି ଯିବାକୁ ଚାହାନ୍ତି ବୋଲି କହିଛନ୍ତି। ଆମେ ସାଧାରଣ ଦାବି ରଖିଛି। ପ୍ରଧାନମନ୍ତ୍ରୀ ଗୃହକୁ ଆସି ବୟାନ ଦିଅନ୍ତୁ। ମଣିପୁର ହିଂସା ଉପରେ ଚର୍ଚ୍ଚା ହେଉ। ଏହି ମାମଲାରେ ରାଜ୍ୟ ସଭା ନିୟମ ୨୬୭ ଏବଂ ଲୋକ ସଭାରେ ସ୍ଥଗିତ ପ୍ରସ୍ତାବ ସହ ବିଚାର କରାଯାଉ। ପ୍ରଧାନମନ୍ତ୍ରୀ କ’ଣ ଏହି ଘଟଣା ବିରୋଧରେ ଅଜ୍ଞ ଥିଲେ। ରାଜ୍ୟରେ ଅନେକ ସେଭଳି ଘଟଣା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁଠାରେ ହିଂସା ହେଉଛି ତାହା ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳ। ସରକାରଙ୍କୁ କ’ଣ ଏହାର ଜବାବ ରଖିବା ଅନୁଚିତ? ତେବେ ଯଦି ସରକାରଙ୍କ ସାହସ ଅଛି ଏବଂ ପ୍ରଧାନମନ୍ତ୍ରୀଙ୍କ ୫୬ ଇଞ୍ଚର ଛାତି ଅଛି ତେବେ ସେ ଗୃହରେ ଯବା ରଖନ୍ତୁ ବୋଲି ସେ କହିଛନ୍ତି।

Share