Categories: ଜାତୀୟ

ମଣିପୁର ମୁଖ୍ୟମନ୍ତ୍ରୀ ଅପାରଗ: ଡି. ରାଜା…

ଇମ୍ଫାଲ,୨୨।୬ : ମଣିପୁର ହିଂସାକୁ ନେଇ ରାଜନୈତିକ ଦଳଗୁଡ଼ିକ କ୍ରମାଗତ ଭାବରେ ଭାଜପା ସରକାରକୁ ଘେରିବାରେ ଲାଗିଛନ୍ତି। ଏହି ପର୍ଯ୍ୟାୟରେ ସିପିଆଇର ଜାତୀୟ ସାଧାରଣ ସଚିବ ତଥା ପୂର୍ବତନ ଏମପି ଡି ରାଜା ମଣିପୁର ହିଂସା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଡି ରାଜା କହିଛନ୍ତି, କିଏ ଏହି ସମସ୍ୟା ସୃଷ୍ଟି କରିଛି? ମଣିପୁରର ମୁଖ୍ୟମନ୍ତ୍ରୀ ଅପାରଗ ହୋଇ ପଡିଛନ୍ତି। ସେଠାକାର ଲୋକମାନେ ସରକାରଙ୍କ ଉପରେ ଥିବା ସେମାନଙ୍କର ବିଶ୍ୱାସ ହରାଇଛନ୍ତି।

ଡି ରାଜା କହିଛନ୍ତି ସମସ୍ତ ରାଜନୈତିକ ଦଳ କଂଗ୍ରେସ, ଜେଡି (ୟୁ), ସିପିଆଇ, ଟିଏମସି, ଏଏପି, ଏଏଫବି, ଏନସିପି ଏବଂ ଆରଏସପିର ଏକ ପ୍ରତିନିଧୀ ଦଳ ମଣିପୁର ହିଂସା, ଉତ୍ତର ପୂର୍ବ ଅଞ୍ଚଳରେ କଣ ଘଟୁଛି ଏବଂ କଣ ଆବଶ୍ୟକ ପଦକ୍ଷେପ ହେବା ଉଚିତ ତାହା ଆମକୁ କହିଛନ୍ତି। ଆମେ ସେଗୁଡିକ ଶୁଣିଛୁ ଏବଂ ବୁଝିପାରୁଛୁ ପରିସ୍ଥିତି ଜଟିଳ ରହିଛି। ଏହା ସମଗ୍ର ଦେଶର ଭବିଷ୍ୟତ ପାଇଁ ଚିନ୍ତାର ବିଷୟ।

Share