ଇମ୍ଫାଲ, ୨୧।୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ଶୁକ୍ରବାର ରାଜ୍ୟରେ ଜାରି ରହିଥିବା ଅଶାନ୍ତିକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ୩.୦ ଖୁବ୍ଶୀଘ୍ର ଆଶାନ୍ତି ଦୂର କରିବାକୁ ଏକ ଯୋଜନା ପ୍ରସ୍ତୁତ କରିବେ । ରାଜ୍ୟରେ ଜାରି ସଙ୍କଟର ସମାଧାନ ୨-୩ ମାସ ମଧ୍ୟରେ ହୋଇପାରିବ । ଖୁମାନ ଲମ୍ପକ ଇଣ୍ଡୋର ହଲ୍ରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ୨୦୨୪ ସମାରୋହ ସଭାରେ ମୁଖ୍ୟମନ୍ତ୍ରୀ ଏହା କରିଛନ୍ତି ।
ବିରେନ୍ ସିଂହ ତାଙ୍କ ବୟାନରେ ଆହୁରି ମଧ୍ୟ କହିଥିଲେ ଯେ, ସବୁ ସ୍ଥାନରେ ହିଂସା ରହିଛି । ମଣିପୁରରେ ମଧ୍ୟ ରହିଛି, କିନ୍ତୁ ଏଠି ଏବେ ହ୍ରାସ ପାଇଛି । ସୀମାନ୍ତ ଅଞ୍ଚଳରେ କିଛି ଅଶାନ୍ତି ଦେଖିବାକୁ ମିଳିଛି । ହେଲେ ଅନ୍ୟ ସ୍ଥାନ ଯେପରି ସ୍କୁଲ, ସରକାରୀ ପ୍ରତିଷ୍ଠାନ, ବଜାର ଏବଂ ବ୍ୟବସାୟ ସାରା ରାଜ୍ୟରେ ଖୋଲା ରହିଛି । ଯାହାକି ସାଧାରଣ ସ୍ଥିତିକୁ ଫେରିବାକୁ ସୂଚାଉଛି ।