Categories: ଜାତୀୟ

ମଣିପୁର ଗସ୍ତରେ ସୀତାରାମ ୟେଚୁରୀଙ୍କ ସମେତ ସିପିଆଇଏମ ନେତା

ନୂଆଦିଲ୍ଲୀ,୧୮।୮: ଗତ ମେ ୩ ତାରିଖରୁ ମଣିପୁର ଜାତିଗତ ହିଂସାର ନିଆଁରେ ଜଳୁଛି। ଦୁନିଆ ସାମ୍ନାରେ ବିଶ୍ୱଗୁରୁ ହୋଇଥିବା ଦେଶ ଲଜ୍ଜାରେ ମୁଣ୍ଡ ତଳକୁ ନୁଆଇଁ ଛିଡା ହୋଇଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶକୁ ଭର୍ତ୍ସନା କରାଯାଇଛି। ତେବେ ଏନେଇ ସଂସଦରେ ମଧ୍ୟ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସିପିଆଇ (ଏମ) ନେତାଙ୍କ ଏକ ଦଳ ମଣିପୁର ଗସ୍ତ କରିଛନ୍ତି। ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଇଣ୍ଡିଆ ଟିମ୍‌ ମଣିପୁର ଗସ୍ତ କରିଥିଲା। ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ ନେତୃତ୍ୱରେ ଚାରିଜଣ ନେତା ଅଗଷ୍ଟ ୧୮ ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ରାଜ୍ୟ ଗସ୍ତ କରିଛି।

ସୀତାରାମ ୟେଚୁରୀ କହିଛନ୍ତି, ମଣିପୁରବାସୀଙ୍କ ସହ ଆମେ ସବୁବେଳେ ଅଛୁ। ତାଙ୍କ ପାଇଁ ଭାରତ ସବୁ ପରିସ୍ଥିତିରେ ରହିଛି। ମଣିପୁରର ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ଉଚିତ୍‌। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଯାହା ସମ୍ଭବ ତାହା କରିବୁ। ରାଜ୍ୟର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ଏବଂ ଦେଶର ଏକତା ପାଇଁ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

Share